ଓଡିଶା

odisha

By

Published : Apr 30, 2020, 10:59 AM IST

ETV Bharat / state

ନକଲି ବିଦେଶୀ ମଦ କାରଖାନା ଠାବ, 2 ଗିରଫ

ଢେଙ୍କାନାଳରେ ଜିଲ୍ଲାର ପର୍ଜଙ୍ଗ ଥାନା ଅନ୍ତର୍ଗତ ପଙ୍ଗାତିରାରୁ ନକଲି ବିଦେଶୀ ମଦ କାରଖାନା ଠାବ । ବିପୁଳ ପରିମାଣରେ ନକଲି ବିଦେଶୀ ମଦ ସହ ସାମଗ୍ରୀ ଜବତ । ଏହା ସହ ୨ ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

liquire-factory-seize-by-parajanga-police-2-arrested
ନକଲି ବିଦେଶୀ ମଦ କାରଖାନା ଠାବ, 2 ଗିରଫ

ଢେଙ୍କାନାଳ: ଜିଲ୍ଲାର ପର୍ଜଙ୍ଗ ପଙ୍ଗାତିରାରୁ ନକଲି ବିଦେଶୀ ମଦ କାରଖାନା ଠାବ । ବିପୁଳ ପରିମାଣରେ ନକଲି ବିଦେଶୀ ମଦ ସହ ସାମଗ୍ରୀ ଜବତ । ଏହା ସହ ୨ ଜଣକୁ ଗିରଫ କରିଛି ପୋଲିସ ।

ନକଲି ବିଦେଶୀ ମଦ କାରଖାନା ଠାବ, 2 ଗିରଫ

ଜିଲ୍ଲାରେ ଲକଡାଉନର ସୁଯୋଗ ନେଇ ନକଲି ମଦ ମାଫିଆ ସକ୍ରିୟ ହୋଇପଡିଛନ୍ତି । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ମହାବିରୋଡ଼ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ଗ୍ରାମରେ ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଠାବ କରିଛି ପୋଲିସ । କୌଣସି ସୂତ୍ରରୁ ଖବର ପାଇ ପର୍ଜଙ୍ଗ ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିଛି । ଏହା ସହ ଏହି ନକଲି ମଦ ତିଆରି କରାଯାଉଥିବା ସାମଗ୍ରୀ ଜବତ କରାଯାଇଥିବାବେଳେ ଏହା ତିଆରି କାର୍ଯ୍ୟରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ମହାବିରୋଡ଼ ଅଞ୍ଚଳର ଉପେନ୍ଦ୍ର ସାହୁ ଓ ସିଦ୍ଧାନ୍ତ ବେହେରା ବୋଲି ଜଣାପଡିଛି ।

ଉଭୟେ ଦୀର୍ଘଦିନ ହେବ ନକଲି ବିଦେଶୀ ମଦ ତିଆରି କରିବାରେ ଲିପ୍ତ ଥିବା ଜଣାପଡିଛି । ପୋଲିସ ୨୨୦ ଟି ନକଲି ବିଦେଶୀ ମଦ ,ଖାଲି ମଦ ବୋତଲ ,ଠିପି ,ଲୋଗୋ ,ମଦ ତିଆରି ରାସାୟନିକ ସାମଗ୍ରୀ ,ଡେନସିଷ୍ଟ ମାପକ ଯନ୍ତ୍ର ଆଦି ଜବତ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details