ଢେଙ୍କାନାଳ: ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା'ଲକ୍ଷ୍ମୀ । ଢେଙ୍କାନାଳବାସୀ ନିରାଡମ୍ବର ଭାବେ ମା'ଙ୍କୁ ଦେଇଛନ୍ତି ମେଲାଣି । ମାତ୍ର ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ମିଳିତ ଭଷାଣି ଉତ୍ସବ ହୋଇପାରିନାହିଁ । କୌଣସି ବାଜା କିମ୍ବା ରୋଷଣୀ ଉପରେ କଟକଣା ଲାଗିଛି । ସକାଳ ୧୧ଟା ସୁଦ୍ଧା ମା'ଙ୍କୁ ପୂଜା ମଣ୍ଡପ ନିକଟସ୍ଥ ଜଳାଶ୍ରୟରେ ବିସର୍ଜିତ କରାଯାଇଛି ।
କୋଭିଡ କଟକଣାରେ ଢେଙ୍କାନାଳରୁ ବିଦାୟ ନେଲେ ଗଜଲକ୍ଷ୍ମୀ - dhenkanal news
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା'ଲକ୍ଷ୍ମୀ । ଢେଙ୍କାନାଳବାସୀ ନିରାଡମ୍ବର ଭାବେ ମା'ଙ୍କୁ ଦେଇଛନ୍ତି ମେଲାଣି ମାତ୍ର ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ମିଳିତ ଭଷାଣି ଉତ୍ସବ ହୋଇପାରିନାହିଁ । ଅଧିକ ପଢନ୍ତୁ...
ଢେଙ୍କାନାଳରୁ ବିଦାୟ ନେଲେ ଗଜଲକ୍ଷ୍ମୀ
ଢେଙ୍କାନାଳରୁ ବିଦାୟ ନେଲେ ଗଜଲକ୍ଷ୍ମୀ
ତେବେ ଚଳିତ ବର୍ଷ ମହାମାରୀ କୋରୋନାର କଡା କଟକଣା ପୂଜା ମାହୋଲକୁ ସମ୍ପୂର୍ଣ୍ଣ ଫିକା କରିଦେଇଥିଲେ ମଧ୍ୟ ପରମ୍ପରା ମୁତାବକ ନାନା ନୀତିକାନ୍ତିରେ ୩୮ ଗୋଟି ପୂଜା ମଣ୍ଡପରେ ମା' ଙ୍କୁ ଆବାହନ କରାଯାଇଥିଲା । ସମସ୍ତ ପୂଜା କର୍ମକର୍ତ୍ତାମାନେ କୋଭିଡ୍ କଟକଣା ମାନି ନିରାଡମ୍ବର ଭାବେ କେବଳ ଘଣ୍ଟି ଘଣ୍ଟା ବାଡେଇ ମା'ଙ୍କୁ ଦେଇଛନ୍ତି ମେଲାଣି। ତେବେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ