ଢେଙ୍କାନାଳ: ମାସ୍କ ଚେକିଂ ଆଳରେ ଢେଙ୍କାନାଳ ଜିଲ୍ଲାରେ ପୁଲିସ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏପରିକି ଜଣେ କୋର୍ଟ କର୍ମଚାରୀଙ୍କୁ ପୁଲିସ ଅଶାଳୀନ ବ୍ୟବହାର କରିଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଜିଲ୍ଲା ଓକିଲ ସଂଘ। ପୁଲିସର ମନମାନି ବିରୁଦ୍ଧରେ ଆଜି ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ କୋର୍ଟ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ରତିବାଦ ପ୍ରଦର୍ଶନ କରିବାନେଇ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ।
ମାସ୍କ ଚେକିଂ ଆଳରେ ପୋଲିସର ଗୁଣ୍ଡାଗର୍ଦ୍ଦି ଅଭିଯୋଗ, ଏସପିଙ୍କ କାର୍ଯ୍ୟାଳୟ ଘେରିଲେ ଆଇନଜୀବୀ - dhenkanal police action
ମାସ୍କ ଚେକିଂ ଆଳରେ ଢେଙ୍କାନାଳ ଜିଲ୍ଲାରେ ପୁଲିସ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗରେ ଏସପିଙ୍କ କାର୍ଯ୍ୟାଳୟ ଘେରିଲେ ଓକିଲ ।ଅଧିକ ପଢନ୍ତୁ...
ଢେଙ୍କାନାଳ ଏସଡ଼ିପିଓଙ୍କୁ ତୁରନ୍ତ କାର୍ଯ୍ୟରୁ ରିଲିଫ ଓ ଦୁର୍ବ୍ୟବହାର କରିଥିବା ପୁଲସ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଥିଲେ ଆଇନଜୀବୀ । ଏପରିକି ଏସପିଙ୍କ ସହ ତୀବ୍ର ଯୁକ୍ତିତର୍କ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ତେବେ ଆସନ୍ତା ଶୁକ୍ରବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଢେଙ୍କାନାଳ ବନ୍ଦ କରି ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ଓକିଲ ସଂଘ ସଭାପତି । ଅନ୍ୟପଟେ ଏ ସମ୍ପର୍କରେ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ