ଢେଙ୍କାନାଳ: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଭୂମିହୀନଙ୍କୁ ପ୍ରମାଣପତ୍ର ଓ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ 250 ଜଣଙ୍କୁ ଭୂଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ମୋଟ 2ହଜାର 3ଶହ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।
ରାଜସ୍ବ ମନ୍ତ୍ରୀଙ୍କ ଦ୍ବାରା ଭୂମିହୀନଙ୍କୁ ପ୍ରମାଣପତ୍ର ପ୍ରଦାନ - ରାଜସ୍ବ ମନ୍ତ୍ରୀଙ୍କ ଦ୍ବାରା ଭୂମିହୀନ ପ୍ରମାଣପତ୍ର ପ୍ରଦାନ
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଭୂମିହୀନଙ୍କୁ ପ୍ରମାଣପତ୍ର ଓ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି।
ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ଜାଗା ମିଶନ ଏକ ମାନବିକ ପଦକ୍ଷେପ ବୋଲି ପୂର୍ତ୍ତବିଭାଗ ମନ୍ତ୍ରୀ ଜଣାଇଛନ୍ତି। ଏହାକୁ ସ୍ବଚ୍ଛତାର ସହ ସମାପନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଢେଙ୍କାନାଳ ସଦର ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
TAGGED:
land records certificate