ଓଡିଶା

odisha

ETV Bharat / state

ଜମି ଜାଲିଆତି କରି ଦଲାଲଙ୍କ ହାତରେ ଟେକିଦେଲେ ଜଳାଶ୍ରୟ, 22 ଜଣଙ୍କ ନାଁରେ ମାମଲା ରୁଜୁ - ଜମି ଦୁର୍ନୀତି

ଜମି ଜାଲିଆତି କରି ଦଲାଲଙ୍କ ହାତରେ ଟେକିଦେଲେ ଜଳାଶ୍ରୟ । ଢେଙ୍କାନାଳ ଟାଉନ ଥାନାରେ ୧୦ଜଣ ତହସିଲ କର୍ମଚାରୀଙ୍କ ସହ ୧୨ଜଣଙ୍କ ନାମରେ ମାମଲା ରୁଜୁ । ଅଧିକ ପଢନ୍ତୁ...

ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି
ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି

By

Published : Sep 10, 2021, 3:52 PM IST

ଢେଙ୍କାନାଳ: ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି । ୧୦ଜଣ ତହସିଲ କର୍ମଚାରୀଙ୍କ ସହ ୧୨ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ । ଜଳାଶ୍ରୟର କିଶମ ପରିବର୍ତ୍ତନ କରି ଜମି ଦଲାଲଙ୍କ ହାତରେ ଟେକି ଦେଇଛନ୍ତି ତହସିଲ କର୍ମଚାରୀ । ଆଉ ରାଜସ୍ବକର୍ମଚାରୀ ଓ ଜମି ମାଫିଆଙ୍କ ସଲାସୁତରାରେ ଉକ୍ତ ଜମିକୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା ଉଠାଉଛନ୍ତି । ଢେଙ୍କାନାଳ ତହସିଲରେ ଏପରି ଏକ ଜମି ଦୁର୍ନୀତି ପଦାକୁ ଆସିଛି । ଏ ସମ୍ପର୍କରେ ଢେଙ୍କାନାଳ ଟାଉନ ଥାନାରେ ସଦର ତହସିଲର ଅତିରିକ୍ତ ତହସିଲଦାର , ୧୦ଜଣ କର୍ମଚାରୀଙ୍କ ସମେତ ୧୨ ଜଣଙ୍କ ନାମରେ ସଙ୍ଗୀନ ମାମଲା ରୁଜୁ କରାଇଛି ।

ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି

ଫଳରେ ଏହି ଜମି ଦୁର୍ନୀତି ମାମଲାରେ ଟାଉନ ଥାନା ପୁଲିସ ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ଅଭିଯୁକ୍ତ ସୂତ୍ରଧର ନରେନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ବେବିନା ବେହେରାଙ୍କୁ ଗତ ରାତିରୁ ଉଠାଇ ନେଇଛି । ଏହି ଜମି ଜାଲିଆତି ମାମଲାରେ ସମ୍ପୃକ୍ତ ଥିବା ତହସିଲର ୫ଜଣ ଅମୀନ, ଦୁଇଜଣ ଡାଟା ଏଣ୍ଟ୍ରି ଅପରେଟର, ଦୁଇଜଣ ରେକର୍ଡ କିପର, ଢେଙ୍କାନାଲ ସହର ଜବହାର୍ଚୌକ ଅଞ୍ଚଳର ନରେନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ବେବିନା ବେହେରା ନାମରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

ଢେଙ୍କାନାଳ ତହସିଲରେ ଜମି ଦୁର୍ନୀତି

ସୂଚନା ମୁତାବକ, ନରେନ୍ଦ୍ର ବେହେରା ଢେଙ୍କାନାଳ ସହରର ସାନଷାଠିଏ ବାଟିଆ ଅଞ୍ଚଳରେ ଥିବା ସୁଆଗି ନାଳ ଜଳାଶ୍ରୟକୁ ତହସିଲ କର୍ମଚାରୀଙ୍କ ସଲାସୁତରାରେ ଚଞ୍ଚକତାର ସହ ଶାରଦ ଦୁଇକୁ କିଶମ ପରିବର୍ତ୍ତନ କରି ତାଙ୍କ ପତ୍ନୀଙ୍କ ନାମରେ ପ୍ଲଟିଂ କରି ବିକ୍ରି କରୁଥିଲେ । ଏନେଇ ଅଭିଯୋଗ ପାଇ ତତ୍କାଳୀନ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ । ପରେ ଯାଞ୍ଚରୁ ଏହି ଚଞ୍ଚକତା ଧରାପଡିବାରୁ ନିର୍ଦ୍ଦେଶ କ୍ରମେ ନୂତନ ତହସିଲଦାର ଟାଉନ ଥାନାରେ ଏହି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details