ଢେଙ୍କାନାଳ: ଜଣେ ସରକାରୀ ଅଧିକାରୀ ଭାବେ ବାର୍ଦ୍ଧକ୍ୟ ଭତ୍ତା ହଡପ କରିବା ନିର୍ବାହୀ ଅଧିକାରୀଙ୍କୁ ପଡିଛି ମହଙ୍ଗା । ଘଟଣାଟି ହେଉଛି ପରଜଙ୍ଗ କୁମୁସି ଗ୍ରାମ ପଞ୍ଚାୟତର । ଯେଉଁଠି ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି ବାର୍ଦ୍ଧକ୍ୟ ଭତ୍ତା ହଡପ ଅଭିଯୋଗ । ଏନେଇ ଢେଙ୍କାନାଳ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ପିଇଓ ହେଲେ ଅନିରୁଦ୍ଧ ମହାଭୋଇ ।
ବାର୍ଦ୍ଧକ୍ୟ ଭତ୍ତା ହଡପ କରି କୁମୁସି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ
ଜଣେ ସରକାରୀ ଅଧିକାରୀ ଭାବେ ବାର୍ଦ୍ଧକ୍ୟ ଭତ୍ତା ହଡପ କରିବା ନିର୍ବାହୀ ଅଧିକାରୀଙ୍କୁ ପଡିଛି ମହଙ୍ଗା । ଘଟଣାଟି ହେଉଛି ପରଜଙ୍ଗ କୁମୁସି ଗ୍ରାମ ପଞ୍ଚାୟତର । ଯେଉଁଠି ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି ବାର୍ଦ୍ଧକ୍ୟ ଭତ୍ତା ହଡପ ଅଭିଯୋଗ ।
ବାର୍ଦ୍ଧକ୍ୟ ଭତ୍ତା ହଡପ କରି କୁମୁସି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ
ସୂଚନା ଅନୁଯାୟୀ କୁମୁସି ପଞ୍ଚାୟତରେ ଅନିରୁଦ୍ଧଙ୍କ ନାମରେ 30 ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ହଡପ କରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଯାଞ୍ଚ ହେବା ପରେ ଯାଞ୍ଚ ରିପୋର୍ଟକୁ ଆଧାର କରି ପିଇଓ ଅନିରୁଦ୍ଧଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ