ଓଡିଶା

odisha

By ETV Bharat Odisha Team

Published : Dec 22, 2023, 6:49 AM IST

ETV Bharat / state

ବ୍ୟାପୁଛି କିଡ଼ନୀ ରୋଗ, ୫ ବର୍ଷରେ ଗଡ଼ିଲାଣି ୪୦ ମୁଣ୍ଡ

Kidney Disease:ପଳାଶପିଠିଆରେ ବ୍ୟାପୁଛି କିଡ଼ନୀ ରୋଗ । ନାଁ ଅଛି ବିଶୁଦ୍ଧ ପାନୀୟ ଜଳ ନାଁ ପହଞ୍ଚୁଛି ପ୍ରଶାସନ । ଏବେ ପାଖାପାଖି ୧୫ ଜଣ ରୋଗାକ୍ରାନ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ବ୍ୟାପୁଛି କିଡ଼ନୀ ରୋଗ , ୫ ବର୍ଷରେ ଗଡ଼ିଲାଣି ୪୦ ମୁଣ୍ଡ
ବ୍ୟାପୁଛି କିଡ଼ନୀ ରୋଗ , ୫ ବର୍ଷରେ ଗଡ଼ିଲାଣି ୪୦ ମୁଣ୍ଡ

ବ୍ୟାପୁଛି କିଡ଼ନୀ ରୋଗ , ୫ ବର୍ଷରେ ଗଡ଼ିଲାଣି ୪୦ ମୁଣ୍ଡ

ଢେଙ୍କାନାଳ: ମୁନ୍ଦାଏ ପାଣି ପିଇବାକୁ ଏଠାରେ ଲୋକଙ୍କୁ ଡର ଲାଗୁଛି । 5ବର୍ଷରେ କିଡନୀ ରୋଗରେ ଗଲାଣି ୪୦ ଜୀବନ, ବେଫିକର ପ୍ରଶାସନ । କିଡନୀ ରୋଗର ଗନ୍ତାଘର ପାଲଟିଛି ଚମ୍ପାନାଳିଆ । ନାଁ ଅଛି ପାନୀୟଜଳ ଜଳ ନାଁ ପହଞ୍ଚୁଛି ପ୍ରଶାସନ । ଯେତେ ଅଭିଯୋଗ କଲେ ବି ଫଳ ଶୂନ । ଗୋଟିଏ ନଳକୂଅ ଉପରେ ଭରଷା କରନ୍ତି ୨୦ରୁ ଊର୍ଦ୍ଧ୍ୱ ପରିବାର । ବାଧ୍ୟ ହୋଇ ନଳକୂଅରୁ ବାହାରୁଥିବା ହଳଦିଆ ଗୁଣ୍ଡ ପାଣିକୁ ବ୍ୟବହାର କରୁଛନ୍ତି । ଯାହାଫଳରେ 5 ବର୍ଷ ମଧ୍ୟରେ କିଡିନୀ ରୋଗରେ ମୃତ୍ୟୁବରଣ କଲେଣି ୪୦ରୁ ଊର୍ଦ୍ଧ୍ୱ ଲୋକେ ଓ ଏବେ ପାଖାପାଖି ୧୫ ଜଣ ରୋଗାକ୍ରାନ୍ତ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ପଞ୍ଚାୟତ ପଳାଶପିଠିଆ ଗ୍ରାମ ଏକ ନମ୍ବର ଓ୍ବାର୍ଡ୍‌ ଚମ୍ପାନାଳିଆ ସାହିରେ ।

ଚମ୍ପାନାଳୀଆ ସାହିରେ ବସବାସ କରନ୍ତି 20ଟି ପରିବାରର ଶହେରୁ ଉର୍ଦ୍ଧ୍ବ ଲୋକେ । ଏହି ସାହିରେ ନାଁ ଅଛି କୂଅ ନାଁ ଯୋଗାଇ ଦିଆଯାଇଛି ପାନୀୟଜଳ । ମାତ୍ର ଗୋଟିଏ ନଳକୂଅ ଉପରେ ସମସ୍ତେ ନିର୍ଭର କରନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଯେଉଁ ଜଳକୁ ପାନୀୟ ରୂପରେ ଗ୍ରାମବାସୀ ଗ୍ରହଣ କରୁଛନ୍ତି, ତାହା ଜୀବଜନ୍ତୁ ପିଇବା ପାଇଁ ମଧ୍ୟ ଯୋଗ୍ୟ ନୁହଁ । ଏହି ନଳକୂଅରୁ ଅପରିଷ୍କାର ଯୁକ୍ତ ଲୁହାଗୁଣ୍ଡ ପାଣି ବାହାରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଯେହେତୁ ପାଖରେ ଅନ୍ୟ ଜଳର ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଏହି ପାଣିକୁ ନିଜ ପାନୀୟ ରୂପରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ସାହି ବାସିନ୍ଦା ।

ଦୂଷିତ ପାଣି ପିଇ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗ୍ରାମର ୨୦ଟି ପରିବାରରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ପଡ଼ିଲେଣି । ଏହାରି ଭିତରେ ବର୍ତ୍ତମାନ ୧୫ ଜଣ କିଡନୀ ରୋଗରେ ଆକ୍ରାନ୍ତ ରହିଛନ୍ତି । ଅତ୍ୟଧିକ ଗରିବ ଶ୍ରେଣୀର ହୋଇଥିବାରୁ ନିଜର ଚିକିତ୍ସା କରାଇବା ସାହି ବାସିନ୍ଦାଙ୍କ ପାଇଁ କାଠିକର ପାଠ । ଏହି ଘଟଣାକୁ ନେଇ ପ୍ରଶାସନ ଅବଗତ ଥିଲେ ମଧ୍ୟ କୌଣସି ପ୍ରତିକାର କରୁନଥିବା ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢନ୍ତୁ....ରାଜ୍ୟରେ ୪ ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ, ଖର୍ଚ୍ଚ ହେବ ୩୧୬୦ କୋଟି

ଆଜକୁ ୬ ମାସ ହେଲା ପ୍ରଶାସନ ତରଫରୁ ନଳକୂଅରୁ ସାମ୍ପୁଲ ନିଆଯାଇଛି । କିନ୍ତୁ ଅଦ୍ୟାବଧି କୌଣସି ରିପୋର୍ଟ ଆସିନାହିଁ । ଏହି ସମ୍ପର୍କରେ ଭୁବନ ବିଡିଓଙ୍କର ପ୍ରତିକ୍ରିୟା ନିଆଯାଇଛି । ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଭୁବନ ବିଡିଓ କଲ୍ୟାଣ ସୌରଭ ଦାଶ । ତେବେ ପ୍ରଶାସନ କେବେ ଚମ୍ପାନାଳିଆ ସାହି ବାସୀନ୍ଦାଙ୍କ ସମସ୍ୟାର ସମାଧାନ କରୁଛି ତାହା ଦେଖିବାକୁ ବାକିରହିଲା ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details