ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳର କେରଜୋଳି ପଞ୍ଚାୟତର ନିର୍ବାହୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି କରିଛନ୍ତି ଠୁଳ ଅଭିଯୋଗରେ ସନ୍ତୋଷ ସାହୁଙ୍କ ଘରେ ରେଡ କରିଛି ଭିଜିଲାନ୍ସ । କଟକ ଓ ଢେଙ୍କାନାଳ ଭିଜିଲାନ୍ସର ୫ଟିମ କାମାକ୍ଷାନଗର ଉପଖଣ୍ଡରେ ଛାନ ଭିନ ଜାରି ରଖିଥିବା ଜଣାପଡିଛି ।
ଭିଜିଲାନ୍ସ ପଞ୍ଝାରେ କୋଟିପତି ପିଇଓ - କୋଟିପତି ପିଇଓ
ଭିଜିଲାନ୍ସ ପଞ୍ଝାରେ କୋଟିପତି ପିଇଓ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ । ଅଧିକ ପଢନ୍ତୁ...
ଭିଜିଲାନ୍ସ ପଞ୍ଝାରେ କୋଟିପତି ପିଇଓ
ଜିରିଡାମାଳି ଠାରେ ଥିବା ଭଡା ଲଗାଇଥିବା ଘର ସହ ନିଜେ ରହୁଥିବା ଏକ ତିନିମହଲା ଘର ଉପରେ ଚଢାଉ ହୋଇଛି । ମାର୍କେଟ କମ୍ଲେକ୍ସ, ପୈତୃକ ଘର ଆଦି ସ୍ଥାନରେ ଭିଜିଲାନ୍ସ ପୃଥକ ପୃଥକ ଭାବେ ଛାନ ଭିନ ଜାରି ରଖିଛି । ବିଭିନ୍ନ ବ୍ୟାଙ୍କର ପାସବୁକ, ବୀମା ପଲିସି, ତିନୋଟି ବିଶାଳ କୋଠାଘର, ଜାଗା, ଚାରିଚାକିଆ ଗାଡି ଓ ସୁନା ଗହଣା ଜବତ କରିଛି । ଏବେ ସୁଧା ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ଦେଢ କୋଟିରୁ ଅଧିକ ହେବ ବୋଲି ସୂଚନା ଦେଇଛି ଭିଜିଲାନ୍ସ ଟିମ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Aug 11, 2021, 9:42 AM IST