ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି କାୟାକଳ୍ପ ଦଳ । ଶନିବାର ଦଳର ସଦ୍ୟସମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବଚ୍ଛତା ଓ ରୋଗୀସେବା ତଦାରଖ କରିଛନ୍ତି ।
କାୟାକଳ୍ପ ଟିମର ସଦସ୍ୟମାନେ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଛନ୍ତି । ଡାକ୍ତରଖାନାର କିପରି ରହିଛି ସ୍ବଛତା କାର୍ଯ୍ୟକ୍ରମ ଓ ରୋଗୀସେବା ସେସବୁର ତଦାରଖ କରିଛନ୍ତି । ପରେ ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରି ରୋଗୀଙ୍କ ସମ୍ପ୍ରର୍କୀୟଙ୍କ ସହିତ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଥିଲେ।