ଓଡିଶା

odisha

ETV Bharat / state

ବାବା ବୁଦ୍ଧେଶ୍ବରଙ୍କ ପୀଠରେ ଆରମ୍ଭ ହେଲା ବାଲିଯାତ୍ରା

କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲା ଭୁବନର ବାବା ବୁଦ୍ଧେଶ୍ବର ପୀଠ । ମେଳା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ। ଆଗକୁ ପଢନ୍ତୁ...

ଚଳଚଞ୍ଚଳ ଭୁବନର ବାବା ବୁଦ୍ଧେଶ୍ବର ପୀଠ

By

Published : Nov 12, 2019, 10:23 PM IST

ଢେଙ୍କାନାଳ: କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇ ଉଠିଥିଲା ଢେଙ୍କାନାଳ ଜିଲ୍ଲା ଭୁବନର ବାବା ବୁଦ୍ଧେଶ୍ବରଙ୍କ ପୀଠ । ସବୁ ବର୍ଷ ପରି ଏଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ଆରମ୍ଭ ହୋଇଛି । ଶତାଧିକ ବର୍ଷ ହେବ ଏହି ଶୈବପୀଠରେ ଆରମ୍ଭ ହୋଇଛି ବାଲିଯାତ୍ରା ।

ଚଳଚଞ୍ଚଳ ଭୁବନର ବାବା ବୁଦ୍ଧେଶ୍ବର ପୀଠ

ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ଛୁଟି ଆସିଥାଆନ୍ତି ବାଲିଯାତ୍ରାକୁ । ତିନିଦିନ ଧରି ଏହି ଯାତ୍ରା ଚାଲିବ ବୋଲି ଜଣାପଡିଛି । ଯାତ୍ରାରେ ଦୁଇ ଶହରୁ ଉର୍ଦ୍ଧ୍ବ ଦୋକାନ ଖୋଲାଯାଇଛି। ଏହାସହ ଭୁବନର ତୈଳିକ ସମାଜ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଚଳିତ ବର୍ଷ ଏହି ଯାତ୍ରାରେ ହଜାର ହଜାର ଲୋକଙ୍କର ସମାଗମ ହୋଇଛି ।

ଶାନ୍ତିଶୃଙ୍ଖଳା ଦୃଷ୍ଟିରେ ରଖି ଭୁବନ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭୁବନର ତୈଳିକ ୟୁଥ୍ ( ତୃପ୍ତି ) ପକ୍ଷରୁ ବ୍ରାହ୍ମଣୀ ନଦୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ଶିଳ୍ପୀ ଗୁରୁ ପ୍ରଦୀପ ନାୟକ, ସ୍ଥାନୀୟ ଭୁବନ ଥାନା ଅଧିକାରୀ ଓ ସମାଜସେବୀ ରାଜନାରାୟଣ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details