ଓଡିଶା

odisha

By

Published : May 2, 2020, 5:22 PM IST

ETV Bharat / state

ଢେଙ୍କାନାଳ ଜିଲ୍ଲା ପ୍ରଶାସନର ସହଯୋଗରେ କଳାହାଣ୍ଡି ଫେରିଲେ ୩୨ ଶ୍ରମିକ

ଭିଟାମାଟିକୁ ଫେରିଲେ ଢେଙ୍କାନାଳରେ ଫସି ରହିଥିବା ଶ୍ରମିକ । ଦୀର୍ଘ 4 ମାସ ହେବ ଫସି ରହିଥିଲେ ଶ୍ରମିକ । ଅଧିକ ପଢନ୍ତୁ .....

kalahandi labour returned to their hometown
ଘରକୁ ଫେରିଲେ ୩୨ ଜଣ ଶ୍ରମିକ

ଢେଙ୍କାନାଳ : ଭିଟାମାଟିକୁ ଫେରିଲେ ଢେଙ୍କାନାଳରେ ଫସି ରହିଥିବା ଶ୍ରମିକ । ଭୁବନରେ ଫସିରହିଥିବା କଳାହାଣ୍ଡି ଜିଲ୍ଲାର ୩୧ ଜଣ ଓ ନବରଙ୍ଗପୁର ଜିଲ୍ଲାର ଜଣେ ଶ୍ରମିକଙ୍କୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ସହଯୋଗରେ କଳାହାଣ୍ଡିକୁ ପଠାଯାଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ସ୍ବତନ୍ତ୍ର ବସ ଯୋଗେ ଶ୍ରମିକମାନେ ଘରକୁ ଫେରିଛନ୍ତି ।

ଘରକୁ ଫେରିଲେ ୩୨ ଜଣ ଶ୍ରମିକ

୩୨ ଜଣ ଶ୍ରମିକ ଚାରି ମାସ ହେବ ଭୁବନ ବ୍ଲକର ବାଲିବୋ ଓ ମୃଦଙ୍ଗା ପଞ୍ଚାୟତରେ ରେଙ୍ଗାଲି ବାମ କେନାଲ କାର୍ଯ୍ୟରେ ନିୟୋଜିତ ରହିଥିଲେ । ଲକଡାଉନ ପାଇଁ ଘରକୁ ଫେରିପାରି ନଥିଲେ । ଏହାପରେ ଫେରିବା ପାଇଁ ସେମାନେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଯୋଗାଯୋଗ କରିଥିଲେ । ଏପରିକି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ମଧ୍ୟ ଭିଟାମାଟିକୁ ଫେରିବା ପାଇଁ ନିବେଦନ କରିଥିଲେ। ସେମାନଙ୍କ ଘରକୁ ଯିବାର ସମସ୍ତ ବ୍ୟବସ୍ଥା ଜିଲ୍ଲାପ୍ରଶାସନ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details