ଓଡିଶା

odisha

ETV Bharat / state

ସଚେତନତା ପାଇଁ ଅଣ୍ଟା ଭିଡିଲେ ସାମ୍ବାଦିକ - ଡିଜିଟାଲ ମିଡ଼ିଆ ଆସୋସିଏସନ

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆବାସୀଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟି ସଚେତନ କରାଇଲେ ସାମାଜିକ ଗଣମାଧ୍ୟମ ପ୍ରତିନିଧି । ଅଧିକ ପଢନ୍ତୁ...

କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ସାମ୍ବାଦିକ
କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ସାମ୍ବାଦିକ

By

Published : May 12, 2021, 9:17 AM IST

ଢେଙ୍କାନାଳ: କୋରୋନା ମହାମାରୀ ସାରା ରାଜ୍ୟକୁ ଭୟଭୀତ କରିବା ସହ କ୍ରମଶଃ ସଂକ୍ରମଣ ଜଟିଳ ପରିସ୍ଥିତି ସୃଷ୍ଟି କଲାଣି । ତେବେ ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଚାଲିଥିବା ମହାଯୁଦ୍ଧରେ ସାମ୍ବାଦିକ ମାନଙ୍କୁ ଜଣେ ଜଣେ ସମ୍ମୁଖ ଯୋଦ୍ଧା ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ବ୍ଲକର ସାମ୍ବାଦିକ ନିଜର ବ୍ୟସ୍ତ ବହୁଳ ପେଶାରୁ ଟିକିଏ ସମୟ ବାହାର କରି ସାମାଜିକ ସଚେତନତା ପାଇଁ ଅଣ୍ଟା ଭିଡିଛନ୍ତି।

କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ସାମ୍ବାଦିକ

ଏପରିକି ଗଁନ୍ଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ ସପ୍ତାହ ବ୍ୟାପୀ ଲୋକ ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ଏପରିକି ଏହି ମହାମାରୀରୁ କିପରି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ପାଇଁ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା ଓ ସରକାରଙ୍କ ଗାଇଡଲାଇନକୁ ମାନି ଅଯଥା ଘରୁ ନବାହାରିବା ଲୋକଙ୍କୁ ବୁଝାଉଛନ୍ତି ସମ୍ବାଦିକ।

ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଗଁନ୍ଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁ, ବିଡ଼ିଓ ନେତ୍ରନନ୍ଦ ମଲ୍ଲିକ ଓ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଲକଡାଉନର ସୁଯୋଗରେ ଅସାଧୁ ବ୍ୟବସାୟୀ ଚଢା ଦରରେ ସାମଗ୍ରୀ ନବିକିବାକୁ ସାମ୍ବାଦିକମାନେ ଅନୁରୋଧ କରିଥିଲେ।

ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details