ଢେଙ୍କାନାଳ: ନିର୍ବାଚନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେନିଲମ୍ବିତ ହେଲେ ଗଁନ୍ଦିଆ ଥାନା ଏଏସଆଇ । କାଉନସିଲର ପ୍ରାର୍ଥୀନୀ ପତ୍ନୀଙ୍କ ପାଇଁ ନାମାଙ୍କନବେଳେ ସାଧା ପୋଷାକରେ ସାମିଲ ହୋଇଥିଲେ । ଅଭିଯୋଗ ପରେ ଏଏସଆଇ ବିଚିତ୍ରା ନନ୍ଦ କରଙ୍କୁ ନିଲମ୍ବିତ କଲେ ଢେଙ୍କାନାଳ ଏସପି ।
ତେବେ ବିଚିତ୍ରାନନ୍ଦ ଗଁନ୍ଦିଆ ଥାନା ଅଧୀନରେ ଥିବା ଯୋରନ୍ଦା ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ପଣ୍ଡା ଢେଙ୍କାନାଳ ପୌର ପରିଷଦର ୱାର୍ଡ ନଂ ୨୧ର ବିଜେଡି ଦଳୀୟ କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ସନ୍ଧ୍ୟାରାଣୀ ନାମାଙ୍କନ ପତ୍ର ଦାଖଲ କରିବାବେଳେ ବିଚିତ୍ରାନନ୍ଦ ସାଧା ପୋଷାକରେ ପତ୍ନୀଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟରେ ସାମିଲ ଥିବା ଦେଖିବାକୁ ମିଳିଥିଲା ।