ଓଡିଶା

odisha

ETV Bharat / state

ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ମିଳିତ ବୈଠକ - Joint meeting for Dhenkanal Lakshmi Puja

ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ପ୍ରସ୍ତୁତି । ଆସନ୍ତା ଅକ୍ଟୋବର ୩୧ ତାରିଖରୁ ନିରାଡମ୍ବରରେ କେବଳ ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ । ଢେଙ୍କାନାଳ ମିଳିତ ଲକ୍ଷ୍ମୀପୂଜା କମିଟି ବୈଠକରେ ହେଲା ନିଷ୍ପତି । କୋରୋନା କଟକଣା ମଧ୍ୟରେ ନଭେମ୍ବର ୯ ତାରିଖରେ ହେବ ମା’ଙ୍କ ବିସର୍ଜନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ମିଳିତ ବୈଠକ
ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ମିଳିତ ବୈଠକ

By

Published : Sep 2, 2020, 3:30 PM IST

ଢେଙ୍କାନାଳ: ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ହେବାକୁ ଯାଉଛି । ପରମ୍ପରା ମୁତାବକ ଢେଙ୍କାନାଳ ମିଳିତ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷ ପାଇଁ ପୁନର୍ବାର ବିଶ୍ୱନାଥ ବେହେରାଙ୍କୁ ମିଳିତ ଲକ୍ଷ୍ମୀପୂଜା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି ।

ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ମିଳିତ ବୈଠକ

ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଚଳିତ ବର୍ଷ କୋରୋନା କଟକଣା ପାଇଁ ନିରାଡମ୍ବର ଭାବେ କେବଳ ପୂଜା ମଣ୍ଡପରେ ମା’ ଙ୍କ ମୃଣାୟ ମୂର୍ତ୍ତି ପୂଜାରେ ସିମୀତ ରହିବ । ତେବେ ପୂଜାର ପରମ୍ପରା ରଖିବା ପାଇଁ ନଭେମ୍ବର ୯ ତାରିଖରେ ମା’ ଙ୍କର ବିସର୍ଜନ କରାଯିବ ।

କୌଣସି ସାଜସଜ୍ଜା ନକରିବା ସହ ଭାଷାଣି ଉତ୍ସବ ହେବ ନାହିଁ । କେବଳ ରୀତିନୀତି ମୁତାବକ ମା’ ଙ୍କ ପୂଜାରେ ସୀମିତ ରଖାଯିବ ବୋଲି ନିଷ୍ପତି ହୋଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details