ଓଡିଶା

odisha

ETV Bharat / state

ଚାକିରୀ ଦେବା ନାଁରେ କୃଷି ବିଭାଗର ହଜାର ହଜାର ଟଙ୍କା ଠକେଇ, ୩ ଅଟକ - ଚାକିରୀ ଦେବା ନାଁରେ ଠକେଇ

ଚାକିରୀ ଦେବା ନାଁରେ କୃଷି ବିଭାଗର ହଜାର ହଜାର ଟଙ୍କା ଠକେଇ । ଟଙ୍କା ଆଦାୟ ପରେ ତାଲିମ ଦେବା ଆଳରେ ୫୦ରୁ ଉର୍ଦ୍ଧ ପିଲାଙ୍କୁ ରଖାଯାଇଥିଲା ବନ୍ଦଘରେ । ଢେଙ୍କାନାଲ ସହରର ଆନନ୍ଦ ନଗରରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ...

job fraud case in dhenkanal by Agriculture Department
ଚାକିରୀ ଦେବା ନାଁରେ କୃଷି ବିଭାଗର ହଜାର ହଜାର ଟଙ୍କା ଠକେଇ

By

Published : Nov 15, 2020, 2:29 PM IST

ଢେଙ୍କାନାଳ: କୃଷି ବିଭାଗର ଚାକିରୀ ଦେବା ନାଁରେ ହଜାର ହଜାର ଟଙ୍କା ଠକେଇ । ଟଙ୍କା ଆଦାୟ ପରେ ତାଲିମ ଦେବା ଆଳରେ ପିଲାଙ୍କୁ ରଖାଯାଇଥିଲା ବନ୍ଦଘରେ । ଏଭଳି ଘଟଣା ଘଟିଛି ଢେଙ୍କାନାଲ ସହରର ଆନନ୍ଦ ନଗର ଠାରେ । ସୂଚନା ପାଇ ଢେଙ୍କାନାଳର ଆନନ୍ଦ ନଗର ଠାରେ ଏକ ଭଡାଘରେ ଚାଲୁଥିବା ଏହି ସଂସ୍ଥାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୫୦ରୁ ଉର୍ଦ୍ଧ ପିଲା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତେବେ ଏସମ୍ପର୍କରେ ପ୍ରଘଟ କଲେ ସଂସ୍ଥାର କର୍ମଚାରୀ ମାନେ ପିଲାଙ୍କୁ ନାନା ନିର୍ଯାତନା ଦେଉଥିବା ଅଭିଯୋଗ ଉଠିଛି ।

ଚାକିରୀ ଦେବା ନାଁରେ କୃଷି ବିଭାଗର ହଜାର ହଜାର ଟଙ୍କା ଠକେଇ

ଟାଉନ ଥାନା ପୁଲିସ ଖବର ପାଇ ଉକ୍ତ ସଂସ୍ଥାର ୩ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ଛାନଭିନ ଜରିରଖିଛି । ଉଦ୍ଧାର ପିଲାମାନେ ସମସ୍ତେ ସମ୍ବଲପୁର, କଳାହାଣ୍ଡି, ଦେବଗଡ଼, ବରଗଡ଼, କୋରାପୁଟ ଓ ଅନୁଗୁଳ ପାଲଲହଡ଼ା ଆଦି ଗାଁ ଗହଳି ଅଞ୍ଚଳର ହୋଇଥିବା ବେଳେ ସମସ୍ତଙ୍କ ବୟସ 16-17 ବର୍ଷ ବୋଲି ଜଣାପଡିଛି ।

ସୁଦୂର ମଫସଲ ଅଞ୍ଚଳର ବେକାରୀ ନିରୀହ ପିଲାମାନଙ୍କୁ ଚାକେରୀ ଦେବା ଆଳରେ ପ୍ରାୟ ୨୦ହଜାର ଟଙ୍କା ଲେଖାଏଁ ଆଦାୟ କରିଛି ଏହି ସଂସ୍ଥା । ପରେ ତାଲିମ ନେବାକୁ ପଡିବ କହି ହଷ୍ଟେଲ ଚାର୍ଜ ବାହାନାରେ ମାସିକ ପୁଣି ୬ ହଜାର ଟଙ୍କା ଆଦାୟ କରିଛନ୍ତି । ପରେ ସେମାନଙ୍କୁ ଘରେ ବନ୍ଦ କରି ଏକ ପ୍ରକାର ନଜର ବନ୍ଦୀରେ ରଖି ଥିବାବେଳେ କାହାକୁ ନ କହିବାକୁ ଧମକ ଦେଉଥିବା ପ୍ରକାଶ କରିଛନ୍ତି କିଛି ଉଦ୍ଧାର ହୋଇଥିବା ପିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details