ଢେଙ୍କାନାଳ :ଗୁରୁବାର ଠାରୁ ୩ଦିନବ୍ୟାପୀ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବାକୁ ଯାଉଛି । ତେବେ କୋରଣା କଟକଣା ଯୋଗୁଁ ଚଳିତ ବର୍ଷ ଜିଲ୍ଲା ବାହାରର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ଢେଙ୍କାନାଳର ମହିମାଗାଦିକୁ ମନା କରାଯାଇଥିବାରୁ କେବଳ ପରମ୍ପରା ବଞ୍ଚାଇବାକୁ ମହିମା ସାଧୁଙ୍କ ପ୍ରସ୍ତୁତି ଚଳାଇଛନ୍ତି । ଏପରିକି ମହିମା ଗାଦିର ସାଧୁ ମାନଙ୍କ କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ ରିପୋର୍ଟ ଥିବା ଅତି ବେଶୀରେ ୫୦ଜଣ ସାଧୁ ମୁଖ୍ୟ ଗାଦି ମନ୍ଦିରରେ ଝାଡ଼ ଦୀପ ଓ ଧୁନୀ ନୀତିକାନ୍ତିରେ ନିୟୋଜିତ ରହିପାରିବେ । ଫଳରେ କିଭଳି ପରମ୍ପରାକୁ ବଞ୍ଚାଇ ରଖିବେ ସେଥିପାଇଁ ମହିମା ସାଧୁମାନେ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରକାଶ କରିଛନ୍ତି ମହିମା ଗାଦିର ମୁଖ୍ୟ ବାବା ନିତ୍ୟାନନ୍ଦ ଦାସ ।
ଆସନ୍ତାକାଲିଠୁ ଯୋରନ୍ଦା ମେଳା, ଆସିବେନି ଜିଲ୍ଲା ବାହାର ସାଧୁ କି ଭକ୍ତ - ଆସିବେନି ଜିଲ୍ଲା ବାହାର ସାଧୁ କି ଭକ୍ତ
ଗୁରୁବାର ଠାରୁ ୩ ଦିନବ୍ୟାପୀ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବ । କୋଭିଡ ପାଇଁ ମେଳାକୁ ଆସିବେନି ସାଧୁ ଓ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...
କାଲିଠୁ ଯୋରନ୍ଦା ମେଳା, ଆସିବେନି ଜିଲ୍ଲା ବାହାର ସାଧୁ କି ଭକ୍ତ
ଢେଙ୍କାନାଳ ପ୍ରଶାସନ ଓ ମେଳା କମିଟି ପକ୍ଷରୁ ଜରୁରୀ ବୈଠକରେ ନିଷ୍ପତି ମୁତାବକ ଏହି କଟକଣା ଜାରି କରାଯାଇଛି ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ ତଥା ମେଳା କମିଟିର ସମ୍ପାଦକ ପ୍ରଶାନ୍ତ ରାଉତ। ଫଳରେ ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ବାରଣ ଯୋଗୁଁ ମେଳା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ପଡିଛି । ଏପରିକି ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ନିରାଶ ହୋଇ ଫେରୁଛନ୍ତି । କୋଭିଡ କଟକଣା ପାଇଁ ମେଳା ପଡିଆରେ ଦୋକାନ ବଜାର ମଧ୍ୟ ଲାଗିନି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ