ଓଡିଶା

odisha

ETV Bharat / state

ସ୍ବଛ ସାଥୀ ଚୟନରେ ଅନିୟମିତତା ଅଭିଯୋଗ - ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିରେ ସ୍ବଚ୍ଛ ସାଥୀ ଚୟନ ନେଇ ଅନିୟମିତତା ହୋଇଥିବା ଅଭିଯୋଗ। ପ୍ରତିବାଦ କରି ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କାଉନସିଲର । ଅଧିକ ପଢ଼ନ୍ତୁ...

ସ୍ବଛ ସାଥୀ ଚୟନରେ ଅନିୟମିତତା ଅଭିଯୋଗ

By

Published : Nov 6, 2019, 11:37 PM IST

ଢେଙ୍କାନାଳ: ଜିଲ୍ଲାର ହିନ୍ଦୋଳ ଏନଏସିରେ ସ୍ବଚ୍ଛ ସାଥୀ ଚୟନ ନେଇ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କାଉନସିଲର ପ୍ରତିବାଦ କରିବା ସହ ଏହାର ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି 16ଟି ଓ୍ବାର୍ଡକୁ ନେଇ ଗଠିତ। ତେବେ ନିକଟରେ ଏନଏସିର ଓ୍ବାର୍ଡରେ ସ୍ବଚ୍ଛ ସାଥୀ ଚୟନ କରାଯାଇଛି। ହେଲେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଏହି ଅଭିଯୋଗ ଉଠାଇ ଖୋଦ ଏନଏସିର କାଉନସିଲର ପ୍ରତିବାଦ କରିଛନ୍ତି। ଏନଏସିର ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବିଧିବଦ୍ଧ ତଦନ୍ତ କରିବାକୁ ଦାବି କରିଛନ୍ତି ହିନ୍ଦୋଳ ଏନଏସିର ଉପନଗରପାଳ ଓ କାଉନସିଲର।

ହିନ୍ଦୋଳ ଏନଏସିର 16ଟି ଓ୍ବାର୍ଡରେ 5 ଜଣ ସ୍ବଚ୍ଛସାଥୀ ଓ ଜଣେ ସୁପରଭାଇଜର ନିଯୁକ୍ତିକୁ ନେଇ ଜୁଲାଇ ମାସରେ ବିଜ୍ଞାପନ ପ୍ରକାଶ ପାଇଥିଲ। ଏହି ନିଯୁକ୍ତି ପ୍ରକ୍ରିୟା ବିନା କାଉନସିଲ ବୈଠକରେ ହୋଇଥିବା କାଉନସିଲର ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ କରିଛନ୍ତି। ନିଯୁକ୍ତିର ତଦନ୍ତ ଦାବି କରି ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସ୍ବଛ ସାଥୀ ଚୟନରେ ଅନିୟମିତତା ଅଭିଯୋଗ

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details