ଓଡିଶା

odisha

By

Published : Jul 4, 2021, 9:04 AM IST

ETV Bharat / state

ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ ନିରାଶ କରୁଛନ୍ତି ଶିଳ୍ପାନୁଷ୍ଠାନ

ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ଶିକ୍ଷାନିଷ୍ଠାନ ଗଢିଉଠିଥିଲେ ସୁଦ୍ଧା । ସମାଜିକ ଦାୟିତ୍ବ ବୋଧତା ପ୍ରତି ନାହିଁ କୋଣସି ଧ୍ୟାନ ।ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ପାରିପାର୍ଶ୍ବିକ ଉନ୍ନୟନ ପ୍ରତି ଆଖ ବୁଜି ଦେଇଛନ୍ତି ଶିଳ୍ପାନୁଷ୍ଠାନ , ଘେରାଉ ଚେତାବନୀ ଦେଲା ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ
ପାରିପାର୍ଶ୍ବିକ ଉନ୍ନୟନ ପ୍ରତି ଆଖ ବୁଜି ଦେଇଛନ୍ତି ଶିଳ୍ପାନୁଷ୍ଠାନ , ଘେରାଉ ଚେତାବନୀ ଦେଲା ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ

ଢେଙ୍କାନାଳ: ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ଗୁଡିକ ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି । ବିଶେଷ କରି ଢେଙ୍କାନାଳରେ ଜିଏମଆର , ନବ ଭାରତ,ଏମଜିଏମ୍,ବିଆରଜି ଓ ଟାଟା ଷ୍ଟିଲ ବିଏସଏଲ ପରି ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠିଛନ୍ତି । ତେବେ ଏହି କାରଖାନା ଗୁଡିକ ଗଢି ଉଠିଥିବା ଶିଳ୍ପାଞ୍ଚଳ ଗୁଡିକରେ କାରଖାନା ପାଇଁ ଜମିବାଡ଼ି ହରାଇଥିବା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ମୁତାବକ ନିଯୁକ୍ତି ,ଶିକ୍ଷା, ସ୍ବାସ୍ଥ୍ୟ ପାନୀୟଜଳ ଆଦି ମୌଳିକ ସମସ୍ୟା ପୂରଣ କରିବାରେ କାରଖାନାଗୁଡିକ ବିଫଳ ହୋଇଛନ୍ତି ।

ପାରିପାର୍ଶ୍ବିକ ଉନ୍ନୟନ ପ୍ରତି ଆଖ ବୁଜି ଦେଇଛନ୍ତି ଶିଳ୍ପାନୁଷ୍ଠାନ , ଘେରାଉ ଚେତାବନୀ ଦେଲା ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ

ଏପରିସ୍ଥଳେ ଭୂଷଣ ଷ୍ଟିଲ ପରି ବୃହତ କାରଖାନାକୁ ଟାଟା ପରି କମ୍ପାନୀ ନେବା ପରେ ସ୍ଥାନୀୟ ଲୋକମାନେ ଅନେକ ଆଶା ବାନ୍ଧି ବସିଥିଲେ । ମାତ୍ର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ହେଉ ବା ସ୍ବାସ୍ଥ୍ୟ ସମସ୍ୟା ସମାଧାନ, କିମ୍ଭା ସ୍ଥାନୀୟ ଅଞ୍ଚଳର ଟ୍ରକ ମାଲିକ ମାନଙ୍କୁ ମାଲ ପରିବହନ ସୁବିଧା କ୍ଷେତ୍ରରେ ଟାଳଟୁଳ ନୀତି ଯୋଗୁଁ ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ ନିରାଶ କରି ବୋଲି ଅଭିଯୋଗ ଉଠାଇଛନ୍ତି ସ୍ଥାନୀୟ ଲୋକେ ।

ସ୍ଥାନୀୟ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ବ୍ରାହ୍ମଣୀ ଟ୍ରକ ମାଲିକ ସଂଘ ପକ୍ଷରୁ ଶନିବାର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ମୁତାବକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ୭ ଦଫା ଦାବି ଜିଲ୍ଲାପାଳ,ବିଧାୟକ ଓ କାରଖାନା କତ୍ତୃପକ୍ଷଙ୍କ ଉଦେଶ୍ୟରେ ଦିଆଯାଇଥିବା ବେଳେ ଆସନ୍ତା ଅଗଷ୍ଟ ୩ତାରିଖରେ ଟାଟା ଷ୍ଟିଲ ବିଏସଏଲ କାରଖାନା ଫାଟକ ଆଗରେ ଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଗତକାଲି (ଶନିବାର) ଏକ ପ୍ରେସମିଟ ମଧ୍ୟରେ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ବ୍ରାହ୍ମଣୀ ଟ୍ରକ ମାଲିକ ସଂଘ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ଢେଙ୍କାନାଳରୁ ଉର୍ମଳା ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details