ଓଡିଶା

odisha

ETV Bharat / state

କୃଷକ ବଜାର ଉଦଘାଟିତ, ଯୋଗାଣ ମନ୍ତ୍ରୀ କହିଲେ କାହିଁକି ବଢୁଛି ପିଆଦ ଦର - ଉଠିଲା ପିଆଜ ଦର ପ୍ରସଙ୍ଗ

ଦୀର୍ଘ 20 ବର୍ଷର ଅପେକ୍ଷା ଶେଷ ହୋଇଛି। ଢେଙ୍କାନାଳରେ ଲୋକର୍ପିତ ହେଲା କୃଷକ ବଜାର । ଖାଉଟି ସିଧା କୃଷକଙ୍କଠାରୁ ପାଇବେ କୃଷି ଉତ୍ପାଦିତ ଦ୍ରବ୍ୟ । ଏହାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦଘାଟନ କରିଛନ୍ତି ।

_inaguration of krushaka bazar in dhenkanal
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

By

Published : Nov 27, 2019, 9:56 PM IST

ଢେଙ୍କାନାଳ: ଦୀର୍ଘ 20 ବର୍ଷର ଅପେକ୍ଷା ଶେଷ ହୋଇଛି । ଲୋକାର୍ପିତ ହୋଇଛି ଜିଲ୍ଲାରେ କୃଷକ ଓ ପରିବା ଚାଷୀଙ୍କ ପାଇଁ କୃଷକ ବଜାର । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଢେଙ୍କାନାଳ ଗସ୍ତରେ ଆସି ଏହି କୃଷକ ବଜାରକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ରାଜ୍ୟ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକର୍ପିତ ହେଲା କୃଷକ ବଜାର


ଏହି ସମ୍ମିଳନୀରେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପିଆଜ ଦରର ଅହେତୁକ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟରେ ଦୁର୍ବିପାକ ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ପିଆଜ ଉତ୍ପାଦନ ହୋଇପାରୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ପିଆଜ ଉତ୍ପାଦନ ହେଉଥିବା ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ହେଉଛି ଫଳରେ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହେଉଛି । ଅନ୍ୟପକ୍ଷେ କେନ୍ଦ୍ର ସରକାର ବିଦେଶରୁ 6 ହଜାର ମ୍ୟାଟ୍ରିକ ଟନ୍ ପିଆଜ ଆମଦାନୀ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।


ତେବେ ଆରଏମସି ପକ୍ଷରୁ ଢେଙ୍କାନାଳର କୃଷକ ଓ ପରିବା ଚାଷୀମାନଙ୍କ କୃଷି ଉତ୍ପାଦିତ ଜିନିଷକୁ ସିଧା ସଳଖ ଖାଉଟି ମାନଙ୍କୁ ବିକ୍ରି କରିବା ଏହି ବଜାରର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏହାର ସଂପ୍ରସାରଣ ପାଇଁ ପରବର୍ତ୍ତି ସମୟରେ ଉଦ୍ୟମ କରାଯାଉଛି ବୋଲି ଯୋଗାଣ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଢେଙ୍କାନାଳ ସହରର ରଥଗଡା ଠାରେ ୯୯ଲକ୍ଷ ଟଙ୍କା ବ୍ୟୟରେ ଗତ ୧୯୯୯ ମସିହାରେ ମୁଖ୍ୟମନ୍ତ୍ରୀ ଦ୍ବାରା ଏହାର ଶିଳାନ୍ୟାସ କରିଥିଲା ।ଲୋକାର୍ପିତ କୃଷକ ବଜାରରେ ୫୬ଟି ଦୋକାନ ଗୃହ, ୩ଟି ଗୋଦମ ଓ ବଳକା ପନିପରିବା ରଖିବା ପାଇଁ ଶିତଳ ଭଣ୍ଡାର ସହ ଗୋଟିଏ କ୍ୟାଣ୍ଟିନର ବ୍ୟବସ୍ଥା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details