ଓଡିଶା

odisha

ETV Bharat / state

ଢେଙ୍କାନାଳରେ ୭୩ କୋରୋନା ପଜିଟିଭ ଚିହ୍ନଟ, ୬୧ ସୁସ୍ଥ

ଢେଙ୍କାନାଳ ଜିଲ୍ଲାରେ ଆଜି(ଶୁକ୍ରବାର) ୭୩ ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।। ଏହାକୁ ମିଶାଇ ଢେଙ୍କାନାଳ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୨୩୦ରେ ପହଞ୍ଚିଛି ।

Dhenkanal
ଢେଙ୍କାନାଳରେ ୭୩ କୋରୋନା ପଜେଟିଭ ଚିହ୍ନଟ

By

Published : Oct 9, 2020, 8:54 PM IST

ଢେଙ୍କାନାଳ: ପ୍ରତିଦିନ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି କୋରୋନା ଆକ୍ରାନ୍ତ । ଢେଙ୍କାନାଳ ଜିଲ୍ଲାରେ ଆଜି(ଶୁକ୍ରବାର) ୭୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଢେଙ୍କାନାଳ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୨୩୦ରେ ପହଞ୍ଚିଛି ।

ଏମାନଙ୍କ ମଧ୍ୟରୁ ହୋମକ୍ବାରେଣ୍ଟାଇନରୁ ୪୬ଜଣ, ସ୍ଥାନୀୟ ସଂକ୍ରମଣର ୧୩, କଟକ ଓ ଭୁବନେଶ୍ବର ମେଡିକାଲରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ସହରରୁ ସର୍ବାଧିକ ୪୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନ, କାମାକ୍ଷାନଗର, ଗଦିଁଆ , ଓଡାପଡାରୁ ୨ଜଣ ଲେଖାଏଁ, ସଦର ବ୍ଳକ ୩, ପରଜଙ୍ଗ ୫, ଭୁବନ ଏନଏସିରୁ ୬ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ବର୍ତ୍ତମାନ ଜିଲ୍ଲାରେ ୪,୨୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩,୬୫୪ ଆରୋଗ୍ୟ ହୋଇଥିବାବେଳେ ୫୬୬ ଟି ସକ୍ରିୟ କେସ ରହିଛି। ଏଯାବତ ଜିଲ୍ଲାରେ ୮୦,୭୩୧ କୋରୋନା ଟେଷ୍ଟ ହୋଇସାରିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details