ଢେଙ୍କାନାଳ:ଆଡମ୍ବର ନାହିଁ, ଅଛି ଉଦ୍ଦୀପନା, ଅଛି ଉତ୍ସାହ । କିନ୍ତୁ ପାରମ୍ପରିକ ଘଣ୍ଟବାଦ୍ୟର ତାଳେ ତାଳେ ଭୁବନବାସୀ ଜଗତ ଜନନୀ ମା' ଦୁର୍ଗାଙ୍କୁ ଦେଇଛନ୍ତି ମେଲାଣି । କୋଭିଡ଼ କଟକଣା ମଧ୍ୟରେ ଜିଲ୍ଲାର ଭୁବନ ଅଞ୍ଚଳରେ ମା'ଙ୍କ ଭସାଣି ଉତ୍ସବ ଶେଷ ହୋଇଛି ।
କୋରୋନା କଟକଣା ପାଇଁ ଫିକା ପଡିଛି ଭୁବନର ପ୍ରସିଦ୍ଧ ଦଶହରା ଓ ବଳଦଯାତ୍ରା । ଯେଉଁ ବଳଦଯାତ୍ରାରେ ୩୦ରୁ ଊର୍ଦ୍ଧ୍ବ ବଳଦ ମା'ଙ୍କ ଆଗେ ଆଗେ ଗ୍ରାମ ପରିକ୍ରମା କରି ମା' ବଣିଜାରୀଙ୍କ ନିକଟରେ ପହଞ୍ଚି ଥାଆନ୍ତି । ଅଗଣିତ ଭକ୍ତମାନଙ୍କର ସମାଗମ ହୁଏ ଭୁବନରେ । କୋରୋନା କଟକଣା ସବୁ କିଛି ଫିକା କରିଦେଇଛି । କେବଳ ୨ଟି ବଳଦ ବିଜୟା ଦଶମୀ ଦିନ ଗ୍ରାମ ପରିକ୍ରମା କରି ବିଭିନ୍ନ ମଣ୍ଡପରେ ମା'ଙ୍କୁ ଦର୍ଶନ କରିଥିଲେ ।