ଢେଙ୍କାନାଳ: ଭୁବନ ତହସିଲ ପକ୍ଷରୁ ବେଆଇନ ମୋରମ ଖାଦାନରେ ଚଢାଉ। ମୋରାମ ଖାଦାନରୁ ଗୋଟିଏ ଜେସିବି ଜବତ କରିବା ସହ ଓ ଡ୍ରାଇଭର ଅଟକ ରଖାଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଗତ ବାଲିଝାଟି ଗ୍ରାମ ଜାତୀୟ ରାଜପଥ ୫୩ ପାର୍ଶ୍ବରେ ଚାଲିଛି ବେଧଡକ ମୋରମ ଖନନ। ନିର୍ମାଣ ଚାଲିଥିବା ରେଲଓ୍ବେ କାର୍ଯ୍ୟପାଇଁ ଏଠାରୁ ଶହଶହ ଟ୍ରିପ ମୋରମ ଚାଲାଣ ହେଉଛି। ତେବେ ବେଆଇନ ମୋରମ ଚାଲାଣର ଖବର ପାଇ ଭୁବନ ତହସିଲ ପ୍ରଶାସନ ଓ ଭୁବନ ପୋଲିସ ମିଳିତ ଭାବରେ ମୋରମ ଖାଦାନରେ ଚଢାଉ କରିଥିଲା।
ଭୁବନ ତହସିଲର ଅଚାନକ ଚଢାଉ, ମୋରମ ଖାଦାନରୁ ଜେସିବି ସହ ଡ୍ରାଇଭର ଅଟକ - ମୋରମ ଖାଦାନରୁ ଜେସିବି ସହ ଡ୍ରାଇଭର ଅଟକ
ଭୁବନ ତହସିଲ ପକ୍ଷରୁ ବେଆଇନ ମୋରମ ଖାଦାନରେ ଚଢାଉ। ମୋରାମ ଖାଦାନରୁ ଗୋଟିଏ ଜେସିବି ଜବତ କରିବା ସହ ଓ ଡ୍ରାଇଭର ଅଟକ ରଖାଯାଇଛି । ଅଧିକ ପଢନ୍ତୁ...
ଭୁବନ ତହସିଲର ଅଚାନକ ଚଢାଉ, ମୋରମ ଖାଦାନରୁ ଜେସିବି ସହ ଡ୍ରାଇଭର ଅଟକ
ଘଟଣାସ୍ଥଳରୁ ମୋରମ ବୋଝେଇ ହାଇଓ୍ବା ଗୁଡିକ ଦ୍ରୁତ ଗତିରେ ଖସି ପଳଇଥିବା ବେଳେ ଜେସିବି ମେସିନ ସହ ଡ୍ରାଇଭରକୁ ଅଟକ କରାଯାଇଥିଲା। ପରେ ଭୁବନ ତହସିଲଦାର ପ୍ରଭାସ କୁମାର ବେଉରା ଏହାର ତଦନ୍ତ ଚଳାଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ