ଢେଙ୍କାନାଳ:୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ଢେଙ୍କାନାଳର ସଦର ଥାନା ଅଧିକାରୀ ଦାୟିତ୍ୱରେ ଥିବା ଡିଏସପି ଅଭିନବ ଡାଲୁଆଙ୍କ ଦୁଇ ଦିନିଆ ରିମାଣ୍ଡ ସରିବା ପରେ ଶନିବାର ଭିଜିଲାନ୍ସ ପକ୍ଷରୁ ପୁଣି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ରିମାଣ୍ଡ ସମୟରେ ଭିଜିଲାନ୍ସ ହାତରେ ଲାଗିଛି ଡିଏସପିଙ୍କ କଳା ସମ୍ପତ୍ତିର ଲମ୍ବା ତାଲିକା ।
୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ଢେଙ୍କାନାଳର ସଦର ଥାନା ଅଧିକାରୀ ଦାୟିତ୍ୱରେ ଥିବା ଡିଏସପି ଅଭିନବ ଡାଲୁଆଙ୍କ ଦୁଇ ଦିନିଆ ରିମାଣ୍ଡ ସରିବା ପରେ ଶନିବାର ଭିଜିଲାନ୍ସ ପକ୍ଷରୁ ପୁଣି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ପୁଣି ବିଚାର ବିଭଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ତାଙ୍କର ଗତ ୯ ତାରିଖରେ ଥିବା ଜାମିନ ଶୁଣାଣି ପୁଣି ୧୪ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଭିଜିଲାନ୍ସ କୋର୍ଟ ପକ୍ଷରୁ ଜଣାପଡିଛି । ତେବେ ଭିଜିଲାନ୍ସ ତାଙ୍କୁ ଗତ ୮ତାରିଖରୁ ରିମାଣ୍ଡରେ ନେଇ ତାଙ୍କର ସ୍ୱର ବା ଭଏସ ସାମ୍ପଲ ନେଇ ଯାଞ୍ଚ ପାଇଁ ଫରେନ୍ସିକ ଲାବ୍ରୋଟେରୀକୁ ପଠାହୋଇଛି । ଅପରପକ୍ଷରେ ଏହି ଲାଞ୍ଚୁଆ ଡିଏସପି ବେଆଇନ ଭାବେ ଠୁଳ କରିଥିବା ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା, ଜଟଣୀ ଓ ଢେଙ୍କାନାଳର ବିଭିନ୍ନ ଜାଗାରେ ଚଢ଼ାଉ କରି ଛାନଭିନ କରିବାରେ ଏକ ଲମ୍ବା ତାଲିକା ଭିଜିଲାନ୍ସ ହାତରେ ଲାଗିଛି ।