ଓଡିଶା

odisha

ETV Bharat / state

IGIT ଛାତ୍ରୀ ଅସଦାଚରଣ ମାମଲା, ଆକାଉଣ୍ଟାଣ୍ଟ ନିଲମ୍ବିତ - dhenkanal news

ସରାଙ୍ଗ ଆଇଜିଆଇଟିରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା । ନିଲମ୍ବନ ହେଲେ ଅଭିଯୁକ୍ତ ଆଇଜିଆଇଟିର ଆକାଉଣ୍ଟ ଅଫିସର ଦେବଦତ୍ତ ପ୍ରଧାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

By

Published : Nov 1, 2019, 9:43 PM IST

ଢେଙ୍କାନାଳ: ସରାଙ୍ଗ ଆଇଜିଆଇଟି (IGIT) ରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା । ନିଲମ୍ବନ ହେଲେ ଅଭିଯୁକ୍ତ ଆଇଜିଆଇଟିର ଆକାଉଣ୍ଟ ଅଫିସର ଦେବଦତ୍ତ ପ୍ରଧାନ । ଶୁକ୍ରବାର ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ନିର୍ଦ୍ଦେଶକ ସତ୍ୟବ୍ରତ ମହନ୍ତ ତାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଥିବା ସୂଚନା ମିଳିଛି ।

ଢେଙ୍କାନାଳ ଆଇଜିଆଇଟି ଛାତ୍ରୀ ଅସଦାଚରଣ ମାମଲା, ନିଳମ୍ବିତ ହେଲେ ଅଭିଯୁକ୍ତ ଆକାଉଣ୍ଟ ଅଫିସର

ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର ରୋମିଓ ଆକାଉଣ୍ଟାଣ୍ଟଙ୍କ ଗତ 22 ତାରିଖ ଦିନ କଲେଜର ଡିପ୍ଲୋମା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଘଟଣାଟି ପ୍ରଘଟ ହେବା ପରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯାଇଥିଲା । ମାତ୍ର ଏନେଇ ଛାତ୍ରୀ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ଥାନାରେ ହୋଇ ନଥିଲା । ଯାହାକୁ ନେଇ ସସପେନ୍ସ ବଢିବାରେ ଲାଗିଥିବାବେଳେ ଆକାଉଣ୍ଟାଣ୍ଟ ଦେବଦତ୍ତ ପ୍ରଧାନ ବିନା ନୋଟିସରେ କଲେଜରୁ ଫେରାର ହୋଇଯାଇଥିଲେ ।

ଏପରିକି ପୀଡିତା ଛାତ୍ରୀର ପରିବାର ସହ ଅଭିଯୁକ୍ତ ସଲାସୁତରା ହୋଇ ସମ୍ପର୍କୀୟ ଆଳ ଦେଖାଇ ଏହି ସଙ୍ଗୀନ ମାମଲାକୁ ଭିନ୍ନ ମୋଡ ଦେଇ ଚପାଇ ଦେବାକୁ ଅପଚେଷ୍ଟା କରିଥିଲା । ମାତ୍ର ଏହି କେଳେଙ୍କାରୀ ନେଇ ‘ଇଟିଭି ଭାରତ’ରେ ବାରମ୍ବାର ଖବର ପ୍ରସାରଣ ପରେ ଆଇଜିଆଇଟି କଲେଜ କ୍ୟାମ୍ପସରେ ରହୁଥିବା କଲେଜର କର୍ମଚାରୀ ଓ ବାସିନ୍ଦା ମାନେ ଏହାର ତଦନ୍ତ କରି ଦେବଦତ୍ତକୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଥିଲେ । ଫଳରେ ଆଇଜିଆଇଟିର ନିର୍ଦ୍ଦେଶକଙ୍କ ପକ୍ଷରୁ ତଦନ୍ତ ପରେ ଶୁକ୍ରବାର ଅଭିଯୁକ୍ତ ଆକାଉଣ୍ଟ ଅଫିସର ଦେବଦତ୍ତ ପ୍ରଧାନଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details