ଓଡିଶା

odisha

ETV Bharat / state

IGIT ଯୌନ କେଳେଙ୍କାରୀ ଘଟଣା, ଥାନା ଘେରିଲା ବିଜେପି - ଆଇଜିଆଇଟିର ଯୌନ କେଳେଙ୍କାରୀ ଘଟଣା

ଆଇଜିଆଇଟିର ଯୌନ କେଳେଙ୍କାରୀ ଘଟଣା । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କଲେଜର ଆକାଉଣ୍ଟାଣ୍ଟ ଦେବଦତ୍ତ ପ୍ରଧାନଙ୍କ ଗିରଫ ଦାବି କରିଛି ବିଜେପି ସାରଙ୍ଗ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

ତେଜିଲା ଆଇଜିଆଇଟି ଯୌନ କେଳେଙ୍କାରୀ ଘଟଣା,ବିଜେପି ପକ୍ଷରୁ ଫାଣ୍ଡି ଘେରାଉ

By

Published : Nov 8, 2019, 11:53 PM IST

ଢେଙ୍କାନାଳ: ଜୋର ଧରିଛି ଆଇଜିଆଇଟିର ଯୌନ କେଳେଙ୍କାରୀ ଘଟଣା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତ କଲେଜର ଆକାଉଣ୍ଟ ଅଫିସର ଦେବଦତ୍ତ ପ୍ରଧାନଙ୍କ ଗିରଫ ଦାବି ଜୋର ଧରିଛି । ଏହି ଘଟଣାରେ ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡିକୁ ଘେରାଉ କରିବା ସହ ସମ୍ମୁଖରେ ପରଜଙ୍ଗ ବ୍ଲକ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି ।

ତେଜିଲା ଆଇଜିଆଇଟି ଯୌନ କେଳେଙ୍କାରୀ ଘଟଣା,ବିଜେପି ପକ୍ଷରୁ ଫାଣ୍ଡି ଘେରାଉ

ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ପ୍ରଧାନ ସମେତ ଶତାଧିକ ବିଜେପି କର୍ମୀ ଏହି ଗଣଧାରଣାରେ ଉପସ୍ଥିତ ରହିଥିଲେ ।

ସୂଚନା ଅନୁସାରେ, ଗତମାସ ୨୨ ତାରିଖ ଦିନ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର ଆକାଉଣ୍ଟସ ଅଫିସର ଦେବଦତ୍ତ ପ୍ରଧାନଙ୍କ ବାସଭବନରେ ଡିପ୍ଳୋମା ଛାତ୍ରୀଙ୍କୁ ଅଟକ ରଖି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି କେଳେଙ୍କାରୀ ପଦାକୁ ଆସିବା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା ।

କଲେଜର ଅନ୍ୟ କର୍ମଚାରୀ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଆକାଉଣ୍ଟସ ଅଫିସର ଦେବଦତ୍ତ ପ୍ରଧାନକୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ତାଙ୍କ ପ୍ରତି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯାଇ ସାଧାରଣ ଭାବେ ନିଲମ୍ବିତ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।

ଏହି ଘଟଣାରେ କଲେଜର ଅଧ୍ୟକ୍ଷଙ୍କ ସମ୍ପୃକ୍ତ ରହିଛି ଏବଂ ତୁରନ୍ତ ପୋଲିସ ପ୍ରଶାସନ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦେବଦତ୍ତ ପ୍ରଧାନକୁ ଗିରଫ କରିବା ସହ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି ।

ଏ ସଂପର୍କରେ କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ପରଜଙ୍ଗ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁଙ୍କ ଉପସ୍ଥିତିରେ ବିଜେପି ପକ୍ଷରୁ ଏକ ଦାବିପତ୍ର ଦେଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details