ଢେଙ୍କାନାଳ: ଯୌତୁକ ପାଇଁ ପିଶାଚ ସ୍ବାମୀର ଜଘନ୍ୟକାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ସହ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିଲା ସ୍ବାମୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶିତଲବସା ଗ୍ରାମରେ। ଖବର ପାଇବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଅନୁସାରେ, କାମାକ୍ଷାନଗର ଥାନା ଶିତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି ସାହୁକୁ ସେହି ଗ୍ରାମର ରଞ୍ଜନ ସାହୁଙ୍କୁ ଦୁଇବର୍ଷ ତଳେ ବୈଦିକ ରୀତିନୀତିରେ ବିବାହ ଦେଇଥିଲେ । ବାହାଘର ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗିରହୁଥିଲା । ଉଭୟ ପରିବାରର ବୁଝାସୁଝା କରି ସମାଧାନ କରିଥିଲେ । କିନ୍ତୁ ଗତକାଲି ରାତିରେ ସ୍ବାମୀ ରଞ୍ଜନ ସୁକାନ୍ତିକୁ ଅତି ଅମାନୁଷିକ ଭାବେ ପିଟି ପିଟି ହାତ ଗୋଡ ବାନ୍ଧି ବାଡି ପଛ ପାଖ ବିଲମାଳରେ ଫୋପାଡ଼ି ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।