ଢେଙ୍କାନାଳ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀକୁ ପନିକିରେ ଆକ୍ରମଣ କରି ହତ୍ୟା କଲା ସ୍ତ୍ରୀ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗ୍ରାମରେ । ମୃତ ସ୍ବାମୀ ହେଲେ ଦୁଷ୍ମନ୍ତ ସାହୁ । ଅଭିଯୁକ୍ତ ସ୍ତ୍ରୀ ଝରଣା ସାହୁକୁ ଗିରଫ କରିଛି ପୋଲିସ ।
ସୂଚନାନୁସାରେ, ବୁଧବାର ରାତିରେ ପାରିବାରିକ କହଳକୁ ନେଇ ଦୁଷ୍ମନ୍ତ ଓ ଝରଣା ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରି ଉଭୟ ହାତାହାତି ହୋଇଥିଲେ । ଘଟଣାରେ ଉତକ୍ଷିପ୍ତ ହୋଇ ଦୁଷ୍ମନ୍ତଙ୍କୁ ସ୍ତ୍ରୀ ଖୁଲଣା ଏକ ଧାରୁଆ ପନିକିରେ ଆକ୍ରମଣ କରିଥିଲେ । ଯେଉଁଥିରେ ଗୁରୁତର ହୋଇଥିଲେ ଦୁଷ୍ମନ୍ତ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।