ଓଡିଶା

odisha

ETV Bharat / state

ପାରିବାରିକ କଳହର କରୁଣ ପରିଣତି, ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପାରିବାରିକ କଳହରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ

ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ହତ୍ୟା
ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ହତ୍ୟା

By

Published : Feb 19, 2023, 7:43 AM IST

ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ହତ୍ୟା

ଢେଙ୍କାନାଳ:ଜିଲ୍ଲାରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ପିଟିପିଟି ହତ୍ୟା କରିଲା ସ୍ବାମୀ । ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀର ରକ୍ତରେ ହୋଲି ଖେଳିଲା । ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲକୁ ପୋଡିବାକୁ ନେବାବେଳେ ମୃତଦେହ ଜବତ କଲା ପୋଲିସ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ଜଣକ ହେଲେ ମମତା ଖଟୁଆ । ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ ଖଟୁଆକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପରଜଙ୍ଗ ପୋଲିସ ।

ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାକୁ କେନ୍ଦ୍ରକରି ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ସୂଚନା ମୁତାବକ ମୃତ ମହିଳା ଜଣକ ହେଉଛନ୍ତି ମମତା ଖଟୁଆ । ଅଭିଯୁକ୍ତ ସ୍ବାମି ହେଉଛନ୍ତି ଅଷ୍ଟମ ଖଟୁଆ । ୫ ବର୍ଷ ତଳେ ଅଷ୍ଟମ ମମତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । ଉଭୟଙ୍କ ପାରିବାରିକ ସମ୍ପର୍କ ଆଦୌ ଭଲ ନଥିଲା । ଅଷ୍ଟମ ମଦ୍ୟପାନ କରୁଥିବା ହେତୁ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା । ସେ ମଦ୍ୟପାନ କରି ସ୍ତ୍ରୀକୁ ମାରପିଟ କରୁଥିବା ବେଳେ ଏକାଧିକ ବାର ଥାନାରେ ମଧ୍ୟ ସମାଧାନ ହୋଇଥିଲା । ତେବେ ଶୁକ୍ରବାର ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ: ଭାରତରେ ନ୍ୟାୟ ବିଳମ୍ବିତ: ବିଭିନ୍ନ କୋର୍ଟରେ ପଡିଛି 5କୋଟି ମାମଲା, କେବଳ ସୁପ୍ରିମକୋର୍ଟରେ 70 ହଜାର

ସ୍ବାମୀ ଅଷ୍ଟମ କ୍ରୋଧାନ୍ବିତ ହୋଇ ପିଟିପିଟି ନିଜ ସ୍ତ୍ରୀକୁ ହତ୍ୟା କରିଥିଲା । ଘଟଣାସ୍ଥଳରେ ହିଁ ମମତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଶନିବାର ସକାଳେ ଅଷ୍ଟମ ଏବଂ ତାଙ୍କ ବଡଭାଇ ମିଶି ମମତାଙ୍କୁ ଶେଷକୃତ୍ୟ ପାଇଁ ନେଉଥିବା ବେଳେ କୌଣସି ଏକ ସୂତ୍ରରୁ ପୋଲିସ ଖବରପାଇ ପହଞ୍ଚିଥିଲା । ମୃତଦେହ ଜବତ କରିବା ସହ ଦୁଇଭାଇଙ୍କୁ ଥାନାରେ ଅଟକ ରଖିଛି । ତେବେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଏନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି, "ଆମ୍ବପାଳସ ଗାଁରେ ରହୁଥିବା ଅଷ୍ଟମ ଖଟୁଆ ତାଙ୍କ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ନେଇ ମୁଁ ଖବର ପାଇଲି । ଆସି ଦେଖିଲା ବେଳକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଷ୍ଟମକୁ ଅଟକ ରଖିଛି । କେଉଁ କାରଣରୁ ହତ୍ୟା କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସର ତଦନ୍ତ ପରେ ଜଣାପଡିବ ।"

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details