ଓଡିଶା

odisha

By

Published : Aug 15, 2022, 11:07 PM IST

ETV Bharat / state

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ସ୍ବାମୀ ସ୍ତ୍ରୀ ଗୁରୁତର

ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଢେଙ୍କାନାଳ ଭୁବନ ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ସ୍ବାମୀ ସ୍ତ୍ରୀ ଗୁରୁତର । ଅଧିକ ପଢ଼ନ୍ତୁ

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ସ୍ବାମୀ ସ୍ତ୍ରୀ ଗୁରୁତର
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ସ୍ବାମୀ ସ୍ତ୍ରୀ ଗୁରୁତର

ଢେଙ୍କାନାଳ: ଲଗାଣ ବର୍ଷା ପ୍ରଭାବରେ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇଜଣ ହେଉଛନ୍ତି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନଂ ୱାର୍ଡର ଦୈତାରୀ ପାତ୍ର ଓ ଲତା ପାତ୍ର ।

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ ମାଟିଘର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନଂ ୱାର୍ଡର ଦୈତାରୀ ପାତ୍ର ଓ ତାଙ୍କ ସ୍ତ୍ରୀ ଲତା ପାତ୍ର ଉଭୟ ଘରେ ଥିବା ସମୟରେ ଘରର କାନ୍ଥ ମାଡ଼ି ବସିଥିଲା । ଘଟଣାସ୍ଥଳରେ ଭୁବନ ନଗରପାଳ ପହଞ୍ଚି ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା ପାଇଁ ଦୁଇ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details