ଓଡିଶା

odisha

ETV Bharat / state

ଶିକାର ବେଳେ ଶିକାରୀକୁ କାବୁ କଲା ବନବିଭାଗ - hunter Capture by police while hunting

ଶିକାର କରିବାକୁ ଯାଇ ବନବିଭାଗ ଜାଲରେ ପଡିଛି ଶିକାରୀ। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅନ୍ନପୁର ଜଙ୍ଗଳରୁ ଶିକାରୀ ଗିରଫ । ପଢନ୍ତୁ ଅଧିକ ....

ଶିକାର ବେଳେ ଶିକାରୀ କାବୁ
ଶିକାର ବେଳେ ଶିକାରୀ କାବୁ

By

Published : Oct 26, 2020, 7:14 PM IST

ଢେଙ୍କାନାଳ: ଶିକାର କରିବାକୁ ଯାଇ ବନବିଭାଗ ଜାଲରେ ପଡିଛି ଶିକାରୀ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅନ୍ନପୁର ଜଙ୍ଗଳରୁ ଶିକାରୀକୁ ଗିରଫ କରିବା ସହ ବନ୍ଧୁକ ,ବାଇକ ଓ ୭ଟି ଜୀବନ୍ତ ଗୁଳି ଜବତ କରିବାରେ ସଫଳ ହୋଇଛି ଢେଙ୍କାନାଳ ବନ ବିଭାଗ ।

ଶିକାର ବେଳେ ଶିକାରୀ କାବୁ

ଗିରଫ ଶିକାରୀ ଜଣଙ୍କ ଗଁନ୍ଦିଆ ଥାନା ଅନ୍ତର୍ଗତ ଅନ୍ନପୁର ଗ୍ରାମର ପ୍ରମୋଦ ସାହୁ ବୋଲି ଜଣାପଡିଛି । ଏହାସହ ତାଙ୍କଠାରୁ ଶିକାର ପାଇଁ ବ୍ୟବହୃତ ବିଭିନ୍ନ ଆପତ୍ତିଜନକ ଦ୍ରବ୍ୟ ସହ ମାରାଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ । ତେବେ ଶିକାର ପାଇଁ ପୂର୍ବପ୍ରସ୍ତୁତି ମୁତାବକ ସେ ଜଙ୍ଗଲରେ ପ୍ରବେଶ କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଢେଙ୍କାନାଲ ବନଖଣ୍ଡ ବନକର୍ମଚାରୀ ମାନେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ଢେଙାନାଲରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details