ଓଡିଶା

odisha

ETV Bharat / state

ପଢ଼ା ଚାପରେ ହଷ୍ଟେଲରୁ ଚାଲିଗଲେ ଛାତ୍ରୀ, ସୁପରିଟେଣ୍ଡେଣ୍ଟଙ୍କୁ ଅପହରଣ କରି ଲହୁଲୁହାଣ କଲେ ପରିବାର ଲୋକେ - ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଅପହରଣ

କଲେଜକୁ ପାଠ ପଢିବାକୁ ଆସି ହଷ୍ଟେଲକୁ ଫେରିନଥିଲେ ଛାତ୍ରୀ l ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ପରିବାର ଲୋକଙ୍କ ନିସ୍ତୁକ ମାଡ଼ । ଗୁରୁତର ଅବସ୍ଥାରେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

attack on hostel superintendent in Dhenkanal
ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ନିସ୍ତୁକ ମାଡ଼

By

Published : Jul 18, 2023, 6:48 AM IST

ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ନିସ୍ତୁକ ମାଡ଼

ଢେଙ୍କାନାଳ:କଲେଜକୁ ପାଠ ପଢିବାକୁ ଆସି ହଷ୍ଟେଲକୁ ଫେରିନଥିଲେ ଛାତ୍ରୀ l ପରିବାର ଲୋକେ ଝିଅ ନିଖୋଜ ହେବା ଖବର ଜାଣି ସେ ରହୁଥିବା ଘରୋଇ ହଷ୍ଟେଲର ସୁପରିଟେଣ୍ଡେଣ୍ଟଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଶନିବାର ରାତିରୁ ଅପହରଣ କରି ନିସ୍ତୁକ ମାଡ଼ ମାରିଥିବା ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଛାତ୍ରୀ ଜଣକ ନିଖୋଜ ନଥିଲେ l ଘରକୁ ନଯାଇ ନିଜ ବନ୍ଧୁଙ୍କ ସହ କୁଆଡେ ବୁଲାବୁଲି କରିବାକୁ ଯାଇ ଫେରିନଥିଲେ । ବନ୍ଧୁ ଘରେ ରହି ପରଦିନ ନିଜ ଘରକୁ ଆପେ ଫେରିଥିବା କହିଁଛନ୍ତି l

ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ବିଜ୍ଞାନ ଶେଷ ବର୍ଷର ଛାତ୍ରୀ ହଷ୍ଟେଲରେ ରହି ପାଠପଢ଼ୁଥିଲେ l ଗତ ଶନିବାର ଦିନ ପାଠ ପଢିବାକୁ ଯାଇ ଆଉ ହଷ୍ଟେଲ ଫେରିନଥିଲେ l ହଷ୍ଟେଲ ପକ୍ଷରୁ ଛାତ୍ରୀ ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା l ସନ୍ଧ୍ୟାରେ ଛାତ୍ରୀଙ୍କ ବାପା, ଭାଇଙ୍କ ସମେତ ଆଉ ଦୁଇ ଜଣ ହଷ୍ଟେଲରେ ପହଞ୍ଚି ହୋହାଲ୍ଲା କରିବା ସହ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ନୀଳମାଧବ ସାହୁଙ୍କୁ ଉଠାଇ ନେଇଥିଲେ l ଯେପର୍ଯ୍ୟନ୍ତ ତାଙ୍କ ଝିଅ ମିଳିବ ନାହିଁ ସେ ସୁପରିଟେଣ୍ଡଣ୍ଟ୍‌କୁ ଛାଡ଼ିବେ ନାହିଁ ବୋଲି ଧମକ ଦେଇଥିଲେ l ଅପହରଣ କରି ଏକ ଜଙ୍ଗଲ ମଧ୍ୟରେ ଉଲଗ୍ନ କରି ମାଡ଼ ମାରିଥିବା ହଷ୍ଟେଲ ତରଫରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି l ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l

ଏହା ମଧ୍ୟ ପଢ଼ନ୍ତୁ:କାକଟପୁର ମେଡିକାଲରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଫାର୍ମାସିଷ୍ଟଙ୍କୁ ପିଟିଲେ, ଭଙ୍ଗାରୁଜା କଲେ

ସେପଟେ ରବିବାର ସନ୍ଧ୍ୟାରେ ହଠାତ ଛାତ୍ରୀ ଜଣକ ଚାଲିଚାଲି ହଷ୍ଟେଲରେ ପହଞ୍ଚିଥିଲେ l ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା l ଏନେଇ ସେ କହିଛନ୍ତି, "ଅଧିକ ପାଠ ଚାପରେ ଭଲ ଲାଗୁନଥିଲା l ପରୀକ୍ଷାରେ ଭଲ ନମ୍ବର ରଖିନଥିଲି । ତେଣୁ ବନ୍ଧୁ ସହିତ ହିନ୍ଦୋଳ ଆଡ଼େ ବୁଲିବାକୁ ଯାଇଥିଲି ।" ତେବେ ଛାତ୍ରୀଙ୍କ ମିଳିବା ଖବର ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ଝିଅ ମିଳିବା ଖବର ପାଇ ବାପା,ଭାଇ ଥାନାରେ ପହଞ୍ଚି ଝିଅକୁ ନେବା ସହ ସୁପରିଟେଣ୍ଡେଣ୍ଟଙ୍କୁ ପୋଲିସର ଜିମା ଦେଇଥିଲେ l ସେତେବେଳକୁ ସୁପରିଟେଣ୍ଡେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା l ତେଣୁ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଏହି ଘଟଣାରେ ପୋଲିସ ଛାତ୍ରୀଙ୍କ ବାପା, ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅନ୍ୟପଟେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି l ଅଭିଯୁକ୍ତଙ୍କ ବିରୋଧରେ ସୁପରିଟେଣ୍ଡେଣ୍ଟଙ୍କ ପରିବାର ଲୋକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details