ଓଡିଶା

odisha

ETV Bharat / state

୪ବର୍ଷ ତଳର ମାମଲାକୁ ରଫାଦଫା ପାଇଁ ଷଢଯନ୍ତ୍ର, ପୀଡିତା ନାବାଳିକାର ଦୁଃଖ ଶୁଣିଲେ ହାଇକୋର୍ଟ - ଦୁଃଖ ଶୁଣିଲେ ହାଇକୋର୍ଟ

ଢେଙ୍କାନାଳ ପୋଲିସ ରଫାଦଫା କରିଦେଇଥିବା ଦୀର୍ଘ ୪ବର୍ଷ ତଳର ମାମଲାକୁ ବିଚାର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଗିରଫ ଓ ଅନ୍ୟ ଜଣେ ଫେରାର । ଅଧିକ ପଢନ୍ତୁ...

୪ବର୍ଷ ତଳର ମାମଲାକୁ ଦଫା ରଫା କରିବାର ଷଢଯନ୍ତ୍ର: ପିଡିତା ନାବାଳିକାର ଦୁଃଖ ଶୁଣିଲେ ହାଇକୋର୍ଟ
୪ବର୍ଷ ତଳର ମାମଲାକୁ ଦଫା ରଫା କରିବାର ଷଢଯନ୍ତ୍ର: ପିଡିତା ନାବାଳିକାର ଦୁଃଖ ଶୁଣିଲେ ହାଇକୋର୍ଟ

By

Published : Oct 8, 2021, 6:41 AM IST

ଢେଙ୍କାନାଳ: ଜିଲ୍ଲାର ବାଲିମି ଥାନା ଅଞ୍ଚଳର ଜଣେ ଦଳିତ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ରଞ୍ଜାଗୋଳ ଗ୍ରାମର ଗୌତମ ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅନ୍ୟ ଅଭିଯୁକ୍ତ ବାସୁଦେବ ପ୍ରଧାନ ଫେରାର ହୋଇଯାଇଥିବା ଜଣାପଡିଛି । ଏହି ମାମଲାକୁ ଢେଙ୍କାନଲ ପୋଲିସ ରଫାଦଫା କରିଦେଇଥିବା ବେଳେ ପୀଡିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ଦୀର୍ଘ ୪ ବର୍ଷ ତଳର ଏହି ମାମଲାକୁ ପୁଣି ବିଚାର ପାଇଁ ତଲକୋର୍ଟକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଅଭିଯୁକ୍ତ ମାନେ ହରଡ଼ଘଣାରେ ପଡିଛନ୍ତି ।

୪ବର୍ଷ ତଳର ମାମଲାକୁ ଦଫା ରଫା କରିବାର ଷଢଯନ୍ତ୍ର: ପିଡିତା ନାବାଳିକାର ଦୁଃଖ ଶୁଣିଲେ ହାଇକୋର୍ଟ

ଗତ ୨୦୧୮ମସିହା ଏପ୍ରିଲ ୧୭ ତାରିଖର ବାଲିମି ଥାନା ଅଞ୍ଚଳର ଜଣେ ଦଳିତ ନାବାଳିକାକୁ ଏହି ଦୁଇଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଦଳିତ ପୀଡିତାଙ୍କ ଏହି ମାମଲାକୁ ଜଣେ ଡ଼ିଏସପି ପାହ୍ୟା ପୋଲିସ ଅଧିକାରୀ ତଦନ୍ତ କରିଥିଲେ । ମାତ୍ର ଏପରି ସଙ୍ଗୀନ ମାମଲାକୁ ମିଥ୍ୟା ବୋଲି ଦର୍ଶାଇ କେସ ରଫାଦଫା କରିଦେଇଥିଲେ ପୋଲିସ । ତେବେ ଏହି ଅସହାୟ ଦଳିତ ନାବାଳିକା ପୀଡିତା ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ମାନ୍ୟବର ହାଇକୋର୍ଟ ପୀଡିତାର ଏପରି ସମ୍ବେଦନଶୀଳ ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରିଛନ୍ତି ।

ଫଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତଙ୍କ ପକ୍ଷରୁ ମାମଲାକୁ ବିଚାରକୁ ନିଆଯାଇଛି । ଏପରିକି ଅଦାଲତ ଅଭିଯୁକ୍ତ ଦୁଇଜଣଙ୍କ ନାମରେ ଗତ ସେପ୍ଟେମ୍ବର ମାସରେ ଗିରଫ ପରୱାନା ଜାରି କରିଥିଲେ । ଦୀର୍ଘ ଚାରି ବର୍ଷ ପରେ ମଧ୍ୟ ଅଦାଲତ ଜଣେ ଅସହାୟ ଦଳିତ ନାବାଳିକା ଦୁଷ୍କର୍ମ ପୀଡ଼ିତର ଦୁଃଖ ଶୁଣିଥିବାରୁ ତାଙ୍କ ନ୍ୟାୟ ପାଇବା ଆଶା ଦୃଢ଼ୀଭୂତ ହେଉଥିବା ପୀଡିତଙ୍କ ଓକିଲ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details