ଢେଙ୍କାନାଳ :ଢେଙ୍କାନାଳ ସହରର ହାଉସିଂ ବୋର୍ଡ କଲୋନୀର ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଘର ଭିତରେ ବେକରେ ଗାମୁଛା ଗୁଡାଇ ଫ୍ୟାନରେ ମହିଳା ଜଣକ ଝୁଲି ରହିଥିବାର ପୋଲିସ ଦେଖିବାକୁ ପାଇଥିଲେ । ମୃତ ମହିଳା ଜଣଙ୍କ ପ୍ରତିମା ଦାସ, ତାଙ୍କ ଘର ଗଁନ୍ଦିଆ ଥାନା ଅନ୍ତର୍ଗତ ମଠ ତେନ୍ତୁଳିଆ ଗ୍ରାମରେ ।
ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - dead body was recovered in dhenkanal
ଢେଙ୍କାନାଳ ସହରର ହାଉସିଂ ବୋର୍ଡ କଲୋନୀର ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ତଦନ୍ତ କରୁଛି । ଅଧିକ ପଢନ୍ତୁ...
ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଢେଙ୍କାନାଲ ବାଜିଚୌକ ଅଞ୍ଚଳରେ ବ୍ୟବସାୟ କରୁଥିବା ଦିଲୀପ ଦାସ ନାମକ ଜଣେ ଯୁବକ ପ୍ରତିମାଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଏହି ଭଡାଘରେ ରଖିଥିଲେ ବୋଲି କୁହାଯାଉଛି । ତେବେ ଏହି ମୃତ୍ୟୁ ପଛରେ ପ୍ରକୃତ ରାହସ୍ୟ ଜଣା ନପଡିଥିଲେ ମୃତ ମହିଳାଙ୍କ ଗୋଡ଼ ତଳେ ଲାଗିବା ସନ୍ଦେହ ସୃଷ୍ଟି କରିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ