ଓଡିଶା

odisha

ପ୍ରେମିକର ପ୍ରତାରଣା ଯୋଗୁଁ ଯୁବତୀଙ୍କ ଆତ୍ମହତ୍ୟା!

ଢେଙ୍କାନାଳ ସହରର କୁମ୍ଭାର ସାହି ଭଡାଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ଟାଉନ ପୁଲିସ । ଅଧିକ ପଢନ୍ତୁ

By

Published : Jul 5, 2022, 12:40 PM IST

Published : Jul 5, 2022, 12:40 PM IST

HANGING DEAD BODY OF A WOMEN RESCUED FROM HOME IN DHENKANAL
ପ୍ରେମିକର ପ୍ରତାରଣା ଯୋଗୁଁ ଯୁବତୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ସହରର କୁମ୍ଭାରସାହିରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହକୁ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ତେବେ ଘର କଡ଼ିରେ ବେକରେ ପ୍ଲାଷ୍ଟିକ ରସି ଲଗାଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଇଛି ।

ପ୍ରେମିକର ପ୍ରତାରଣା ଯୋଗୁଁ ଯୁବତୀଙ୍କ ଆତ୍ମହତ୍ୟା

ମୃତ ଯୁବତୀ ଜଣକ ହେଲେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କାରାବିରି ଗ୍ରାମର । ସେ ଢେଙ୍କାନାଳ ସହରର ଏକ ଡ୍ରେସ ସୋ ରୁମରେ ସେଲସ ଓମେନ ଭାବେ କାମ କରୁଥିଲେ । ତେଣୁ ସେ ତାଙ୍କ ମାଙ୍କ ସହ କୁମ୍ଭାର ସାହିର ଏକ ଭଡା ଘରେ ରହୁଥିଲେ । ତେବେ ତାଙ୍କ ବାଆଁ ହାତ ପାପୁଲିରେ ତାଙ୍କ ପ୍ରେମିକର ନାମକୁ ମେହେନ୍ଦିରେ ଲେଖିଥିବାବେଳେ ପ୍ରେମରେ ପ୍ରତାରଣା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଇଟିଭି ଭାରତ,ଡେଙ୍କାନାଳ

ABOUT THE AUTHOR

...view details