ଢେଙ୍କାନାଳ:ଭୁବନ ବ୍ଲକ ଜିରାଳଠାରେ ଥିବା ଗେଲ ଇଣ୍ଡିଆ ଲିମିଟେଡ଼ର ସବଷ୍ଟେସନ ସମ୍ମୁଖରେ ବକେୟା ଟଙ୍କାକୁ ନେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି (workers protest in gail india limited company) । ୬୦ଟି ଠିକାସଂସ୍ଥାର ହଜାର ହଜାର କର୍ମଚାରୀ ଓ ଶ୍ରମିକଙ୍କର ପ୍ରାୟ କୋଟି କୋଟି ଟଙ୍କା ଫସି ରହିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ପାରାଦୀପ-ଅନୁଗୁଳ ଗ୍ୟାସ ପାଇପ ଲାଇନର କାର୍ଯ୍ୟକୁ ଗେଲ ଇଣ୍ଡିଆ ଲିମିଟେଡ଼ କମ୍ପାନୀ (GAIL india limited Dhenkanal) କାର୍ଯ୍ୟ କରି ଆସୁଅଛି । ଯାଜପୁର ଠାରୁ ତୁମୁସିଙ୍ଗା ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ କାର୍ଯ୍ୟକୁ ପୁଞ୍ଜ ଲଏଡ଼ ଲିମିଟେଡ଼ ବା PLL କମ୍ପାନୀ ୧୦୪ କୋଟି ଟଙ୍କାର ପ୍ରୋଜେକ୍ଟ କାର୍ଯ୍ୟର ୱାର୍କ ଅର୍ଡର ପାଇଥିଲା । ଯାହା ଫଳରେ ୨୦୧୭-୧୮ ମସିହାରୁ PLL କମ୍ପାନୀ ପ୍ରାୟ ୨୦୫ ଗୋଟି ଛୋଟ ବଡ଼ ଠିକାସଂସ୍ଥାକୁ କାର୍ଯ୍ୟରେ ନିୟୋଜିତ କରିଥିଲା ।
ଯେଉଁ କମ୍ପାନୀରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ପ୍ରାୟ ହଜାର ହଜାର କର୍ମଚାରୀ ଓ ଶ୍ରମିକ କାର୍ଯ୍ୟ କରୁଥିଲେ । ଚଳିତ ବର୍ଷ ଯମୁନାକୋଟ ଗାଁ ସ୍ଥିତ ରାମିଆଳ ନଦୀର ଭୂତଳ ପାଇପ ଲାଇନ କାର୍ଯ୍ୟକୁ PLL କମ୍ପାନୀ ମାର୍ଚ୍ଚ ମାସରେ ପୂର୍ଣ୍ଣାଙ୍ଗ କରିବା ସମୟରେ ଗେଲ୍ ଇଣ୍ଡିଆ କମ୍ପାନୀ ଚଞ୍ଚକତା କରି କମ୍ପାନୀକୁ କାର୍ଯ୍ୟରୁ ବଏକଟ କରି ଦେଇଥିଲା । ଫଳରେ ଗେଲ ଇଣ୍ଡିଆ ପାଇଁ କାର୍ଯ୍ୟ କରୁଥିବା ୨୦୫ ଗୋଟି ଠିକାସଂସ୍ଥାର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା ।