ଓଡିଶା

odisha

ETV Bharat / state

ହାତୀପଲଙ୍କୁ ନେଇ ଆତଙ୍କିତ ଅଞ୍ଚଳବାସୀ

ଢେଙ୍କାନାଳ ସହର ଉପକଣ୍ଠ ବୋରାପଦା ଗହମଖୁଣ୍ଟି ଅଞ୍ଚଳରେ ହାତୀ ଆତଙ୍କ । ତେବେ ଏହି ହାତୀପଲରେ ଚାରି ପାଞ୍ଚୋଟି ହାତୀ ରହିଥିବାବେଳେ ଦନ୍ତା ହାତୀ ଦୁଇଟି ରହିଛନ୍ତି । ଅଧିକ ପଢନ୍ତୁ...

By

Published : Jul 8, 2021, 3:25 PM IST

ହାତୀପଲଙ୍କୁ ନେଇ ଆତଙ୍କିତ ଅଞ୍ଚଳବାସୀ
ହାତୀପଲଙ୍କୁ ନେଇ ଆତଙ୍କିତ ଅଞ୍ଚଳବାସୀ

ଢେଙ୍କାନାଳ: ସହର ଉପକଣ୍ଠ ବୋରାପଦା ଗହମଖୁଣ୍ଟି ଅଞ୍ଚଳରେ ହାତୀ ଆତଙ୍କ । କିଛି ଦିନ ବ୍ୟବଧାନ ପରେ ପୁଣି ଏହି ଅଞ୍ଚଳକୁ ହାତୀପଲ ଆସିଛନ୍ତି । ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଅଞ୍ଚଳବାସୀ । ଢେଙ୍କାନାଳ ସହର ଉପକଣ୍ଠର ବୋରାପଦା ଗହମଖୁଣ୍ଟି ଗ୍ରାମ ପାଖରେ ଖୋଳାଯାଉଥିବା ଏକ ପୋଖରୀରେ ଏହି ହାତୀପଲଙ୍କୁ ଗାଧୋଉଥିବା ଦେଖିବାକୁ ମିଳିଛି । ଏହି ହାତୀପଲରେ ଚାରି ପାଞ୍ଚୋଟି ହାତୀ ରହିଥିବା ବେଳେ ଦନ୍ତା ହାତୀ ଦୁଇଟି ରହିଛନ୍ତି ।

ହାତୀପଲଙ୍କୁ ନେଇ ଆତଙ୍କିତ ଅଞ୍ଚଳବାସୀ

ସୂଚନାମୁତାବକ, ଏହି ହାତୀପଲ ଗହମଖୁଣ୍ଟି ଗ୍ରାମ ନିକଟସ୍ଥ ଏକ ରଗଡ଼ାରେ ରହିଛନ୍ତି । ତେବେ ଏହି ହାତୀଙ୍କ ଉପସ୍ଥିତି ନେଇ ଗହମଖୁଣ୍ଟି, କାଇଁଶ, ସଙ୍ଖୁଆ, ଗୋବିନ୍ଦପୁର, ହୁଣ୍ଡି ସାହି, କୁଶୁପଦା ଓ ବୋରାପଦା ତଥା ଢେଙ୍କାନାଳ ସହରର ଇଛାଦେଇପୁର ଓ ଶ୍ୟାମଚରଣପୁର ଆଦି ଅଞ୍ଚଳରେ ଉପଦ୍ରବ କରିବାର ଯଥେଷ୍ଟ ଆଶଙ୍କା କରାଯାଇଛି । ଫଳରେ ଏହି ଅଞ୍ଚଳବାସୀ ହାତୀପଲଙ୍କ ଭୟରେ ଆତଙ୍କିତ ହୋଇପଡିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details