ଓଡିଶା

odisha

ETV Bharat / state

ବନବିଭାଗକୁ ସଫଳତା: ୪ ଶିକାରୀ ଗିରଫ, ହରିଣ ଛାଲ ଜବତ

ଢେଙ୍କାନାଳରେ ବଢି ଚାଲିଛି ବନ୍ୟଜନ୍ତୁ ଶିକାର । ହରିଣ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ସମୟରେ ୪ ଶିକାରୀ ଗିରଫ । ଅଧିକ ପଢନ୍ତୁ...

By

Published : Jan 20, 2021, 7:59 PM IST

୪ ଶିକାରୀ ଗିରଫ, ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ
୪ ଶିକାରୀ ଗିରଫ, ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ

ଢେଙ୍କାନାଳ: ଜିଲ୍ଲାରେ ବଢୁଛି ବନ୍ୟଜନ୍ତୁ ଶିକାରୀଙ୍କ ଉତ୍ପାତ। ଢେଙ୍କାନାଳ କପିଳାଶ ରେଞ୍ଜ ବନକର୍ମଚାରୀମାନେ ନିହଲ ପ୍ରସାଦ ଅଞ୍ଚଳରେ ଚଢାଉ କରି ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ କରିଛନ୍ତି । ଏହିସବୁ ସାମଗ୍ରୀ ବାହାରକୁ ଚାଲାଣ କରୁଥିବାବେଳେ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନିହଲ ପ୍ରସାଦ କରଡ଼ାବଣୀର ସଞ୍ଜୟ ସାହୁ, ବଳରାମ ସାହୁ, ଗଡ଼ ଖାଙ୍କିରା ଗ୍ରାମର ଶ୍ରୀକୃଷ୍ଣ ସାହୁ ଓ ଟୋଲର ପଶି ଗ୍ରାମର ବଙ୍ଗାଳି ଦେହୁରୀ । ସେମାନଙ୍କ ନିକଟରୁ ଏକ ବାଇକ ମଧ୍ୟ ଜବତ ହୋଇଛି ।

୪ ଶିକାରୀ ଗିରଫ, ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ

ଗତ କିଛି ମାସ ହେଲା ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ଅଞ୍ଚଳରେ ତନାଘନା ଚଢାଉ ଚାଲିଛି । ଅନେକ ଶିକାରୀ ଗିରଫ ହେବା ସହ ବନ୍ଧୁକ, ବନ୍ୟଜନ୍ତୁ ଛାଲ, ଖପୁରୀ ଓ ସିଙ୍ଘ ଆଦି ଜବତ କରାଯାଇଛି । ଏହାସତ୍ତ୍ବେ ମଧ୍ୟ ଜିଲ୍ଲାରେ କମିବାର ନାଁ ଧରୁନି ବନ୍ୟଜନ୍ତୁ ଶିକାର ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details