ଓଡିଶା

odisha

ETV Bharat / state

ବନବିଭାଗର ଚଢାଉ, ଲକ୍ଷାଧିକ ମୂଲ୍ୟର ଶାଳକାଠ ଜବତ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିଆରିଆ ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଚୋରା ଶାଳ କାଠ ଜବତ କରାଯାଇଛି ।

By

Published : Mar 18, 2020, 6:56 PM IST

forest department raid in siaria village
ବନବିଭାଗର ଚଢାଉ, ଲକ୍ଷାଧିକ ମୂଲ୍ୟର ଶାଳକାଠ ଜବତ

ଢେଙ୍କାନାଳ: ସିଆରିଆ ଗାଁରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣକେ ଶାଳ କାଠ ଜବତ ହୋଇଛି । ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରିଛି ବନବିଭାଗ ।

ବନବିଭାଗର ଚଢାଉ, ଲକ୍ଷାଧିକ ମୂଲ୍ୟର ଶାଳକାଠ ଜବତ

ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରୁ ସଦର ବନାଞ୍ଚଳ ବନକର୍ମଚାରୀମାନେ ସିଆରିଆ ଗ୍ରାମରେ ଜଗି ରହିଥିଲେ । ପରେ ବୁଧବାର ସକାଳୁ ଖୁଣ୍ଟକଟା ସାହିର ସ୍ବାଧୀନ ସେଠୀଙ୍କ ଘରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ଏକ ଶହରୁ ଊର୍ଦ୍ଧ୍ବ ଶାଳ କାଠ ଜବତ କରାଯାଇଥିଲା । ଜବତ ଚୋର କାଠ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଘର ମାଲିକ ସ୍ବାଧୀନ ସେଠୀ ଫେରାର ହୋଇଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details