ଢେଙ୍କାନାଳ: ଢେଙ୍କାନାଳ ବନ ବିଭାଗ ପକ୍ଷରୁ କାମାକ୍ଷାନଗର କଙ୍କଡାହାଡ ଅଞ୍ଚଳରେ ବେଆଇନ ପଥର ଖାଦାନ ଉପରେ ଚଢାଉ କରାଯାଇଛି। ଏହି ଚଢାଉରେ ୨ଟି ଟ୍ରାକ୍ଟର ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।
କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଚ ମୋବାଇଲ ସ୍କ୍ବାଡ ଓ ବନବିଭାଗର ଏକ ଟିମ ଚଢାଉ କରି ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଦୀର୍ଘଦିନ ହେବ ଏହି ଅଞ୍ଚଳରେ ଚୋରା ପଥର ଖଣି ଓ ବାଲି ଚାଲାଣ ହେବା ସହ କାଠ ମଧ୍ୟ କଟାଯାଇ ଚାଲାଣ କରାଯାଉଥିଲା।