ଢେଙ୍କାନାଳ:ମହାବୀର ରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଥିବା ବାରିହାପୁର ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଆଜିକୁ 5ଦିନ ଧରି ନିଆଁ ଲାଗିବl ଫଳରେ ପ୍ରାୟ ୫୦ ଏକର ଗ୍ରାମ୍ୟ ଜଙ୍ଗଲ ଜଳିବାରେ ଲାଗିଛି l ସରକାର ପ୍ରାକୃତିକ ଜଙ୍ଗଲର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏବଂ ନିଆଁ ଲିଭାଇବା ପାଇଁ ଉନ୍ନତମାନର ଯନ୍ତ୍ରପାତି ଅଛି କିନ୍ତୁ ବନ ଅଧିକାରୀଙ୍କ ଅବହେଳା ଯୋଗୁ ଏହି ଜଙ୍ଗଲ ନିଆଁ ଆଁରେ ନଷ୍ଟ ହେବାକୁ ବସିଲାଣି l
5 ଦିନ ହେଲା ଜଳୁଛି ଜଙ୍ଗଲ, ନିଘୋଡ ନିଦରେ ବନବିଭାଗ
ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଥିବା ବାରିହାପୁର ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଅଧିକ ପଢନ୍ତୁ....
5 ଦିନ ହେଲା ଜଳୁଛି ଜଙ୍ଗଲ, ନିଷ୍କ୍ରିୟ ବନବିଭାଗ
ନିଆଁ ଲାଗିବା ଫଳରେ ପରିବେଶ ପ୍ରଦୂଷିତ ହେଉଥିବାବେଳେ ଜୀବଜନ୍ତୁ ଜନ ବସତିମୁହାଁ ହେବାରେ ଲଗିଛନ୍ତି । ମହାବୀର ରୋଡ଼ ରେଞ୍ଜରେ ନିଆଁ ଲିଭାଇବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସୁବିଧା ସହ ନିଆଁ ଲିଭାଳି ମଧ୍ୟ ନିୟୋଜିତ ଅଛନ୍ତି l କିନ୍ତୁ ଆଜିକୁ 5 ଦିନ ହେବ ବାରିହାପୁର ଜଙ୍ଗଲରେ ଏକର ଏକର ଜଙ୍ଗଲ ପୋଡି ପାଉଁଶ ହେଉଥିବାବେଳେ ବନବିଭାଗର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ