ଓଡିଶା

odisha

ETV Bharat / state

ଫୁଲରେ ସଜେଇ ହେଲା ଢେଙ୍କାନାଳ ମିନି ଷ୍ଟାଡିୟମ - ଢେଙ୍କାନାଳରେ ପୁଷ୍ପ ପ୍ରଦର୍ଶନୀ

ଢେଙ୍କାନାଳ ମିନି ଷ୍ଟାଡିୟମରେ ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ। ପ୍ରଦର୍ଶନୀରେ ଫୁଲ ସହ ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ...

dhenkanal
ଢେଙ୍କାନାଳରେ ପୁଷ୍ପ ପ୍ରଦର୍ଶନୀ

By

Published : Jan 27, 2020, 10:55 PM IST

ଢେଙ୍କାନାଳ: ସାଧାରଣତନ୍ତ୍ର ଦିବସ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିୟମରେ ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ପ୍ରଦର୍ଶନୀରେ ଫୁଲ ସହ ରଙ୍ଗୋଲିକୁ ମଧ୍ୟ ସ୍ଥାନ ଦିଆଯାଇଛି।

ଢେଙ୍କାନାଳରେ ପୁଷ୍ପ ପ୍ରଦର୍ଶନୀ

ଢେଙ୍କାନାଳ ଜିଲ୍ଲା ପ୍ରଶାସନ, ଉଦ୍ୟାନ ବିଭାଗ ଓ ରୋଟାରୀ କ୍ଲବ ମିଳିତ ଭାବେ ଏହାକୁ ଆୟୋଜନ କରିଛନ୍ତି। ଦେଶ ପାଇଁ ବଳିଦାନ ଦେଉଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଏହି ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ। ଫଳରେ ରଙ୍ଗୋଲିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

ଏହି ପୁଷ୍ପ ପ୍ରଦର୍ଶନୀ ଫୁଲ ଚାଷୀମାନଙ୍କୁ ବେଶ ଉତ୍ସାହିତ କରୁଥିବାବେଳେ ଦେଖାଣାହାରୀଙ୍କୁ ବେଶ ଆକର୍ଷିତ କରୁଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details