ଢେଙ୍କାନାଳ: ଜିଲ୍ଲା ବନ ବିଭାଗ ପକ୍ଷରୁ କପିଳାଶ ବନାଞ୍ଚଳରେ ଚଢ଼ାଉ କରାଯାଇଛି । ଚଢାଉବେଳେ 2ଟି ହରିଣ ଛାଲ ସହ 4ଟି ଦେଶୀ ବନ୍ଧୁକ ଜବତ କରିଛି ବନ ବିଭାଗ । ଏଥିସହ ଶିକାର ପାଇଁ ବ୍ୟବହାର କରା ଯାଉଥିବା କେତେକ ସରଞ୍ଜାମ ଜବତ କରାଯାଇଛି ।
କପିଳାଶ ବନାଞ୍ଚଳରେ ଚଢାଉ, 5 ଅଭିଯୁକ୍ତ ଗିରଫ
ଢେଙ୍କାନାଳ ଜିଲ୍ଲା ବନ ବିଭାଗକୁ ମିଳିଛି ବଡ ସଫଳତା । କପିଳାଶ ବନାଞ୍ଚଳରେ ଚଢାଉ କରି ଅସ୍ତ୍ରଶସ୍ତ୍ର ଜବତ କରିଛି । ଅଧିକ ପଢନ୍ତୁ...
ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବନ ବିଭାଗ କପିଳାଶ ବନାଞ୍ଚଳରେ ଚଢାଉ କରି ୪ଟି ଦେଶୀ ବନ୍ଧୁକ, ଦୁଇଟି ହରିଣ ଛାଲ, ଶିକାର ପାଇଁ ବ୍ୟବହାର କରା ଯାଉଥିବା ଶହେଟି ଫାସ ଲାଇଟ ଓ ବଜ୍ରକାପ୍ତାର କିଛି କାତି ଜବତ କରିଛନ୍ତି । ଏଥିସହ ୫ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀମାନେ ହେଉଛନ୍ତି ନବ ବାଲ୍ମୁଚି, ବୁଡୁ ବାଲ୍ମୁଚି, ରତ୍ନା ବାଲ୍ମୁଚି, କୁରୁପା ବାଇପି ଓ ସନାତନ ଦେହୁରୀ । ସମସ୍ତଙ୍କ ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଏମାନେ କପିଳାଶ ବନାଞ୍ଚଳରୁ ପଶୁ ଶିକାର କରି ବହାରକୁ ଚାଲାଣ କରିଥାନ୍ତି । ଅଭିଯୁକ୍ତଙ୍କୁ ୱ।ଇଲ୍ଡ ଲାଇଫ ଆକ୍ଟ ୧୯୭୨ ଅଧିନରେ ଗିରଫ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ