ଢେଙ୍କାନାଳ: ୫ଦଫା ଦାବି ନେଇ କଙ୍କଡାହାଡ ସାମ୍ବାଦିକ ସଂଘର ଧାରଣା । କଙ୍କଡାହାଡ ବ୍ଳକର ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାର ଅବ୍ୟବସ୍ଥାକୁ ନେଇ କଙ୍କଡାହାଡ ସାମ୍ବାଦିକ ସଂଘ ଧାରଣାରେ ବସିଛନ୍ତି। ଏହା ବ୍ଲକର ଏକମାତ୍ର ସରକାରୀ ଚିକିତ୍ସାଳୟ ହଇଥିବା ବେଳେ ଏଠାରେ ହଜାର ହଜାର ଲୋକେ ନର୍ଭରଶୀଳ ।
ଆଦିବାସୀ ବହୁଳ କଙ୍କଡାହାଡ ବ୍ଳକର ସରକାରୀ ଡାକ୍ତରଖାନା ମହାବିରୋଡ ଉପରେ 10ଟି ପଞ୍ଚାୟତର ୪୨ ଟି ରାଜସ୍ବ ଗାଁ ର ୫୫ ହଜାର ଉର୍ଦ୍ଧ ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି। ୪୮ ବର୍ଷ ତଳେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ ଡାକ୍ତରଖାନା ସ୍ଥାପନ ହୋଇଥିଲା। କିଛି ବର୍ଷ ପରେ ଏହି ଡାକ୍ତରଖାନାକୁ ନିୟମିତ ଡାକ୍ତର ଆସୁନଥିବା ଯୋଗୁଁ ଗରିବ, ନୀରିହ ଆଦିବାସୀ ହରିଜନ ସଂପ୍ରଦାୟର ଲୋକମାନେ ଉତ୍ତମ ସ୍ବାସ୍ଥ୍ୟ ସେବା ନପାଇ ଅକାଳରେ ଜୀବନ ହରାଉଛନ୍ତି। ଏଥିସହ ଦୁଇ ମାସ ହେଲାଣି ନବଜାତ ଶିଶୁ, ଗର୍ଭବତୀ ଓ ପ୍ରସୂତି ମାନଙ୍କୁ ଜୀବନ ରକ୍ଷାକାରୀ ଟିକା ଦିଆଯାଉ ନାହିଁ। ଫଳରେ ଶତାଧିକ ଶିଶୁ ଟୀକାରୁ ବଞ୍ଚିତ ହେଉଛନ୍ତି।