ଢେଙ୍କାନାଳ:ଜିଲ୍ଲା ସିଭିଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଅମିୟ କୁମାର ସାହୁଙ୍କ ସମେତ ଅନ୍ୟ ବିଚାରପତିମାନେ ଉପସ୍ଥିତ ରହି ଏହି ଲୋକ ଅଦାଲତକୁ ପରିଚାଳନା କରିଛନ୍ତି ।
ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୨୧୫ଟି ମାମଲା ଫଇସଲା କରାଯାଇଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୫୯ଟି, ବିବାହ ଓ ପାରିବାରିକ ମାମଲା ୧୦ଟି, ଦେଓ୍ବାନୀ ମାମଲା ୯୭ଟି, ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୪୯ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ସମାଧାନ କରାଯାଇଛି ।