ଓଡିଶା

odisha

By

Published : Jul 6, 2022, 11:09 PM IST

ETV Bharat / state

ଢେଙ୍କାନାଳ ଚାଉଳି ଝରଣ ଗାଁରେ ଗୁଳିକାଣ୍ଡ : ଜଣେ ଗୁରୁତର

ପାରୋଲରେ ଆସିଥିବା ଜଣେ କଏଦୀକୁ ଗୁଳିମାଡ । ସଂଘବଦ୍ଧ ଭାବେ ଆକ୍ରମଣ ପରେ ୩ ରାଉଣ୍ଡ ଗୁଳି କଲେ । ଅଧିକ ପଢ଼ନ୍ତୁ

ଢେଙ୍କାନାଳ ଚାଉଳିଝରଣ ଗ୍ରାମରେ ଗୁଳିକାଣ୍ଡ :  ଜଣେ ଗୁରୁତର
ଢେଙ୍କାନାଳ ଚାଉଳିଝରଣ ଗ୍ରାମରେ ଗୁଳିକାଣ୍ଡ : ଜଣେ ଗୁରୁତର

ଢେଙ୍କାନାଳ : ହତ୍ୟା ମାମଲାରେ ଜେଲରେ କାଟୁଥିଲେ ଆଜୀବନ ସଜା । ଆଉ ଘରକୁ ପାରୋଲ ଆସି ଖାଇଲେ ଗୁଳିମାଡ଼ । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ଯୋଗୁଁ ଗୁରୁତର ଅବସ୍ଥାରେ ଭର୍ତ୍ତି ହେଲେ ଡାକ୍ତରଖାନାରେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଚାଉଳିଆଝରଣ ଗ୍ରାମରେ ଘଟିଛି ଏପରି ଗୁଳିକାଣ୍ଡ । ଗୁଳିମାଡ଼ରେ ଗୁରୁତର ଆହତ ହେଲେ ବାମ ପଞ୍ଚାୟତ ପଥରଗଡ଼ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ ।ପୂର୍ବ ଶତୃତାରୁ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି ।

ଢେଙ୍କାନାଳ ଚାଉଳିଝରଣ ଗ୍ରାମରେ ଗୁଳିକାଣ୍ଡ : ଜଣେ ଗୁରୁତର

ଗତ କିଛି ବର୍ଷ ପୂର୍ବରୁ ଅର୍ଜୁନ ଏକ ହତ୍ୟାକାଣ୍ଡରେ ଜେଲ ଯାଇ ପାରଲରେ ଆସିଥିଲେ । ଏହାକୁ ନେଇ ଆଜି ଗାଁର କିଛି ବ୍ୟକ୍ତି ଏକ ବନ୍ଧୁକ ସାହାଯ୍ୟରେ ତାଙ୍କୁ ଚାଉଳିଝରଣ ଠାରେ କରିଥିଲେ ଗୁଳିମାଡ଼ । ଯାହାଫଳରେ ସେ ଗୁରୁତର ଭାବରେ ଆହତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


ଅର୍ଜୁନ ଗତ ୨୦୧୧ ମସିହାରେ ଚାଉଳି ଝରଣ ଗାଁର ଦିତି ବେଶ୍ରା ନାମକ ଯୁବକଙ୍କୁ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲେ । ସେବେଠାରୁ ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗିରହିଥିବା ବେଳେ ମୃତ ଦିତି ବେଶ୍ରାଙ୍କ ପରିବାର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details