ଢେଙ୍କାନାଳ:ଠିକାଦାରଙ୍କ ଉପରକୁ ଗୁଳିମାଡ଼ । ତାଙ୍କୁ ଆକ୍ରମଣ ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁବୃର୍ତ୍ତମାନେ ଠିକାଦାରଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ହାବୁଡ଼ରୁ ଖସି ପଳାଇଥିଲେ ଠିକାଦାର । ଏହା ପରେ ଠିକାଦାରଙ୍କ କାରକୁ ଦୁବୃର୍ତ୍ତମାନେ ନେଇ ପଳାଇଥିଲେ । ଏହି ଠିକାଦାର ଜଣଙ୍କ କାମାକ୍ଷାନଗର ଅଞ୍ଚଳର କାହ୍ନୁ ସାହୁ ।
ସୂଚନା ଅନୁଯାୟୀ, ଆଜି ( ବୁଧବାର ) କାହ୍ନୁ ତାଙ୍କ କାର ଯୋଗେ ଢେଙ୍କାନାଲ ପୂର୍ତ୍ତ କାର୍ଯ୍ୟାଳୟକୁ ଯାଉଥିଲେ । ପୂର୍ତ୍ତ ବିଭାଗ ଆଫିସ ସମ୍ମୁଖରେ ସେ କାରରୁ ବାହାରିବା ବେଳେ ଅଚାନକ ୪ଜଣ ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ମାତ୍ର ଗୁଳି ତାଙ୍କ ଦେହରେ ବାଜିବା ପୂର୍ବରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କୁ ଜବରଦସ୍ତ ଅପହରଣ କରି ନେବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ । ଏହା ପରେ ତାଙ୍କ ଚାରି ଚକିଆ ଯାନକୁ ଦୁବୃର୍ତ୍ତମାନେ ନେଇ ପଳାଇଥିବା ଜଣାପଡିଛି । ଟାଉନ ପୁଲିସ ପକ୍ଷରୁ ଘଟଣାସ୍ଥଳରେ ତନାଘନା କରିଥିବା ବେଳେ ଗୁଳିର ଖୋକାକୁ ଜବତ କରିଛି ।