ଢେଙ୍କାନାଳ: ନୃଶଂସ ସ୍ବାମୀର ଅଭାବନୀୟ କାଣ୍ଡ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଡିମିରିଆ ଗ୍ରାମରେ ନୃଶଂସ ସ୍ବାମୀ ଫାର୍ସା ଚୋଟରେ ମା' ଓ ଦୁଇ ଝିଅ ଗୁରୁତର । ନୃଶଂସ ସ୍ବାମୀ କୁ କାମାକ୍ଷାନଗର ପୋଲିସ ଗିରଫ କରିଛି। ଢେଙ୍କାନାଳ କାମାକ୍ଷାନଗର ଡିମିରିଆ ଗ୍ରାମରେ ଆଜି(ଶୁକ୍ରବାର) ସକାଳେ ଘଟିଛି ଏପରି ଅଭାବନୀୟ କାଣ୍ଡ ।
ସ୍ବାମୀ କାମଧନ୍ଦା ନକରି ଘରେ ବସିରହିବାକୁ ପ୍ରତିବାଦ କରିବାରୁ ଘଟାଇଛି ନୃଶଂସକାଣ୍ଡ । ଏପରିକି ଏକ ଫର୍ସାରେ ପତ୍ନୀଙ୍କୁ ଆକ୍ରମଣ କରିବା ବେଳେ ପ୍ରତିବାଦ କରିଥିଲେ ଦୁଇ ଝିଅ । ଏଥିପାଇଁ ରକ୍ତମୁଖା ପାଲଟିଥିବା ବାପା ଦୁଇ ଝିଅଙ୍କୁ ମଧ୍ୟ ଛାଡିନାହିଁ । ଫଳରେ ବାପାର ଫାର୍ସା ଚୋଟରେ ପତ୍ନୀ ମିନାକ୍ଷୀ ରାଉତ, ବଡ଼ଝିଅ ଅଞ୍ଜଳି ରାଉତ (୨୩)ଓ ସାନଝିଅ ମୋନାଲିସା ରାଉତ (୧୫) ୃଗୁରୁତର ହୋଇଛନ୍ତି । ବାପର ଏପରି ନୃଶଂସ କାଣ୍ଡରେ ମା’ ଓ ଝିଅ ଚିତ୍କାର କରିବାରୁ ଗ୍ରାମବାସୀ ମିଶି ତାକୁ କାବୁ କରିଥିବା ଜଣାପଡ଼ିଛି ।