ଓଡିଶା

odisha

ETV Bharat / state

ବାଇକ ଉପରେ ଚଢ଼ିଗଲା ହାଇୱା, ଗୁରୁତର ଶାଳକ-ଭିଣୋଇକୁ SCB ସ୍ଥାନାନ୍ତର - ବାଇକ ଉପରେ ଚଢ଼ିଗଲା ହାଇୱା

ଏନଏଚ-୫୫ର ଢେଙ୍କାନାଳ କଣ୍ଟେଇ କୋଳିଆ ନିକଟରେ ବାଇକ ଉପରେ ଚଢ଼ିଗଲା ହାଇୱା । ବାଇକରେ ଥିବା ଶଳା ଭିଣୋଇ ଗୁରୁତର । ଉଭୟଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଅଧିକ ପଢନ୍ତୁ

ବାଇକ ଉପରେ ଚଢ଼ିଗଲା ହାଇୱା: ଗୁରୁତର ଦୁଇ ବାଇକ ଆରୋହୀଙ୍କୁ SCB ସ୍ଥାନାନ୍ତର
ବାଇକ ଉପରେ ଚଢ଼ିଗଲା ହାଇୱା: ଗୁରୁତର ଦୁଇ ବାଇକ ଆରୋହୀଙ୍କୁ SCB ସ୍ଥାନାନ୍ତର

By

Published : Apr 11, 2022, 6:47 AM IST

ଢେଙ୍କାନାଳ: NH-୫୫ର ଢେଙ୍କାନାଳ ସହର ଉପକଣ୍ଠ ନିକଟ କଣ୍ଟେଇ କୋଳିଆ ନିକଟରେ ଘଟିଛି ସଡକ ଦୁର୍ଘଟଣା । ବୁଢ଼ୀ ଢ଼ାବା ନିକଟରେ ଏକ ହାଇୱା ବାଇକ ଉପରେ ଚଢ଼ି ଯିବାରୁ ବାଇକରେ ଥିବା ଶଳା ଭିଣୋଇ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଉଭୟଙ୍କର ଗୋଟିଏ ଲେଖାଏଁ ଗୋଡ଼ ସମୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେକେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଫଳରେ ଉଭୟଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

ବାଇକ ଉପରେ ଚଢ଼ିଗଲା ହାଇୱା: ଗୁରୁତର ଦୁଇ ବାଇକ ଆରୋହୀଙ୍କୁ SCB ସ୍ଥାନାନ୍ତର

ସେମାନେ ସ୍ଥାନୀୟ ଗୋବିନ୍ଦପୁର ଗ୍ରାମର ମାନସ ନାୟକ ଓ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଦରିଆ ଗ୍ରାମର ସୂର୍ଯ୍ୟକାନ୍ତ ନାୟକ ବୋଲି ଜଣାପଡିଛି । ଉଭୟେ ଢେଙ୍କାନାଳରୁ ବାଇକ ଯୋଗେ ଗୋବିନ୍ଦପୁର ଯାଉଥିବାବେଳେ ହାଇୱା ତାଙ୍କ ବାଇକ ଉପରେ ଚଢ଼ାଇ ପଳାଇଯାଉଥିଲା । ତେବେ ଗୋବିନ୍ଦପୁର ଫାଣ୍ଡି ପୋଲିସ ଦୁର୍ଘଟଣା ଘଟାଇଥିବ ହାଇୱାଟିକୁ ଜବତ କରିଥିବା ଖବର ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details