ଓଡିଶା

odisha

ETV Bharat / state

ଧାନ କିଣାରେ ଅବ୍ୟବସ୍ଥା ନେଇ ଉତ୍ତେଜନା

ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫୫ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ବସିଲେ ଚାଷୀ । ଢେଙ୍କାନାଳରେ ଜିଲ୍ଲା ଯୋଗାଣ ବିଭାଗର ଖାମଖିଆଲି ମନୋଭାବ ନେଇ ଚାଷୀମାନଙ୍କ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

By

Published : Feb 22, 2021, 5:46 PM IST

ଧାନ କିଣାରେ ଅବ୍ୟବସ୍ଥା ନେଇ ଉତ୍ତେଜନା
ଧାନ କିଣାରେ ଅବ୍ୟବସ୍ଥା ନେଇ ଉତ୍ତେଜନା

ଢେଙ୍କାନାଳ: ଧାନ କିଣାରେ ଅବ୍ୟବସ୍ଥା ନେଇ ଉତ୍ତେଜନା । ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫୫ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ବସିଲେ ଚାଷୀ । ଢେଙ୍କାନାଳରେ ଜିଲ୍ଲା ଯୋଗାଣ ବିଭାଗର ଖାମଖିଆଲି ମନୋଭାବ ନେଇ ଚାଷୀମାନଙ୍କ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଧାନ କିଣାରେ ଅବ୍ୟବସ୍ଥା ନେଇ ଉତ୍ତେଜନା

ଗୋଟିଏ ପଟେ ଜିଲ୍ଲାବ୍ୟାପୀ ଚାଷୀମାନେ ଧାନ ବିକ୍ରି କରିବାରେ ଅଵ୍ୟଵସ୍ଥା ନେଇ ଅସନ୍ତୋଷ କୁହୁଳୁ ଥିବାବେଳେ ଏପଟେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମନମାନି ଯୋଗୁଁ ସୋମବାର ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଜିଲ୍ଲାର ଗଁନ୍ଦିଆ ବ୍ଲକର କାଶୀପୁର, ବାଇସିଂହା, କରମୂଳ, ସନ୍ଥପୁର, ଗଁନ୍ଦିଆ, ଜୋରନ୍ଦା ଓ ଷଡଙ୍ଗୀ, ସଦର ବ୍ଲକର ଘଟିପିରି, ପୁରୁଣା ଅମଙ୍ଗ, ଓଡ଼ପଡା ବ୍ଲକର ଗଦାଶିଳା, ଇଣ୍ଡିପୁର ଆଦି ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳ ଓ ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପାଖକୁ ଗୁହାରୀ କରିବାକୁ ଯାଇଥିଲେ ।

ମାତ୍ର ଅଧିକାଂଶ ଦିନ ଜିଲ୍ଲା ଯୋଗାଣ ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତି ଯୋଗୁଁ ଫେରୁଥିବା ଅଭିଯୋଗ କରୁଛନ୍ତି ଚାଷୀ । ଫଳରେ ସୋମବାର ବାଧ୍ୟ ହୋଇ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫୫ନଂ ଜାତୀୟ ରାଜପଥରେ ବସି ରହିଥିଲେ ।

ଜାତୀୟ ରାଜପଥ ଅବରୋଧ ଯୋଗୁଁ ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡି ମଟର ଠିଆ ହୋଇ ରହିଥିଲେ । ଯାହାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଥିଲା । ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଚାଷୀମାନଙ୍କୁ ବୁଝାସୁଝା ପରେ ଦୀର୍ଘ ଦୁଇ ଘଣ୍ଟା ପରେ ରାଜପଥରୁ ଉଠିଥିଲେ ଚାଷୀ ।

ଢେଙ୍କାନାଳରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details