ଓଡିଶା

odisha

ETV Bharat / state

ଚାଷୀଙ୍କୁ ଦଳି ମାରିଲା ହାତୀ, ଉଜାଡ଼ିଦେଲା ଧାନ ଫସଲ - ହାତୀ ଆକ୍ରମଣରେ ଚାଷୀ ମୃତ

ହାତୀ ଆକ୍ରମଣରେ ଚାଷୀ ମୃତ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ମୁଣ୍ଡିଆ ସାହିରେ । ଅଧିକ ପଢ଼ନ୍ତୁ

ଚାଷୀଙ୍କୁ ମାରିଦେଲା ହାତୀ , ଉଜାଡ଼ିଦେଲା ଧାନ ଫସଲ
ଚାଷୀଙ୍କୁ ମାରିଦେଲା ହାତୀ , ଉଜାଡ଼ିଦେଲା ଧାନ ଫସଲ

By

Published : Oct 4, 2022, 12:06 PM IST

ଢେଙ୍କାନାଳ: ହାତୀ ଆକ୍ରମଣରେ ଚାଷୀ ମୃତ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ମୁଣ୍ଡିଆ ସାହିରେ । ମୃତକ ଜଣକ ହେଲେ ମୁଣ୍ଡିଆ ସାହିର ପଞ୍ଚାନନ ବେହେରା । ସୂଚନାନୁସାରେ ପଞ୍ଚାନନ ରାସୋଳ ନିକଟସ୍ଥ ବିଲବେହାଳ ଅଞ୍ଚଳର ବିଲକୁ ଯାଇଥିଲେ । ସେଠାରେ ହଠାତ ଏକ ହାତୀଲକୁ ଦେଖି ଭୟଭୀତ ହୋଇଯାଇଥିଲେ ପଞ୍ଚାନନ । ଏହାପରେ ଜୀବନ ବଞ୍ଚାଇବା ପାଇଁ ଚେଷ୍ଚା କରିଥିଲେ ।

ଚାଷୀଙ୍କୁ ମାରିଦେଲା ହାତୀ, ଉଜାଡ଼ିଦେଲା ଧାନ ଫସଲ

ତେବେ ହାତୀପଲଙ୍କ ଭିତରୁ ଏକ ଦନ୍ତାହାତୀ ଆସି ପଞ୍ଚାନନଙ୍କୁ କଚାଡ଼ି ମାରିଥିଲା । ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ପଞ୍ଚାନନ । ଖବରପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ପଞ୍ଚାନନଙ୍କୁ ଗୁରୁତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ପଞ୍ଚାନନଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ରାସୋଳ ମୁଣ୍ଡିଆ ସାହିରେ ଗତ କିଛିଦିନ ହେବ ବଣୁଆ ହାତୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଏମାନେ ଗାଁର ବିଲବାଡ଼ିକୁ ପଶି ଅନେକ ଧାନ ଫସଲ ନଷ୍ଟ କରିଦେଇଛନ୍ତି । ତେବେ ଏହି ହାତୀପଲଙ୍କୁ ଦେଖି ଗ୍ରାମବାସୀ ଭୟରେ ଘରୁ ବାହାରୁ ନାହାଁନ୍ତି । ସେପଟେ ବନବିଭାଗ କର୍ମଚାରୀ ହାତୀ ଗୁଡ଼ିକୁ ଘଉଡ଼ାଇବା ପାଇଁ ଅନେକ ଚେଷ୍ଟା କରୁଥିଲେ ମଧ୍ୟ ସେମାନେ ଯାଗା ଛାଡ଼ି ଯାଉନାହାଁନ୍ତି ।

ଅନ୍ୟପକ୍ଷରେ ହିନ୍ଦୋଳ ବନକର୍ମଚାରୀ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ହାତୀପଲ ସ୍ଥାନୀୟ ଜଙ୍ଗଲରେ ରହିଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ସେମାନଙ୍କ ଧନଜୀବନ ସୁରକ୍ଷା ନେଇ ଆତଙ୍କିତ ହୋଇପଡିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details